୮ ପେଟି କଫ୍ ସିରପ୍ ଜବତ, ୨ ଅଟକ

Published By : Prameya-News7 Bureau | July 01, 2021 IST

ପାଟଣାଗଡ,୦୧/୦୭: ବଲାଙ୍ଗୀର ଜିଲ୍ଲା  ବେଲପଡା ପୋଲିସ ଦ୍ଵାରା ୮ ପେଟି କଫ୍ ସିରପ୍ ଜବତ । ଏହାସହ ୨ ଜଣ ଅଟକ ।

 ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ କପାଣି ଛକ ନିକଟରେ ପାଟ୍ରୋଲିଂ କରୁଥିଲା ପୋଲିସ । ଏତିକି ବେଳେ ଦ୍ରୁତ ଗତିରେ ପାଟଣାଗଡ ପଟୁ ଆସୁଥିବା ଏକ ଧଳା ରଙ୍ଗର ଗାଡିକୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଗାଡିଟି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲା ।

କିଛି ବାଟ ଗଲା ପରେ କଫ୍ ସିରପ ପେଟିକୁ ଏକ ନାଳକୁ ଫିଙ୍ଗୁଥିବା ବେଳେ ପୋଲିସ ଗାଡି ଡ୍ରାଇଭର ଓ କଫସିରପ ମାଫିଆକୁ କାବୁ କରିଥିଲା । କଫସିରପ୍ ମାଫିଆ ଅର୍ଜୁନ ବେହେରା ଓ ଗାଡି ଡ୍ରାଇଭର କାର୍ତ୍ତିକ ହଂସକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.