Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ପୋଲିସ ଏବଂ କୋବ୍ରା ବାଟାଲିଅନ ଯବାନଙ୍କୁ ଟାର୍ଗେଟ୍, ଆଇଇଡି ବିସ୍ଫୋରଣରେ ୧୧ଆହତ

28/05/2019 at 8:37 AM

ଝାଡଖଣ୍ଡ ୨୮|୫: ଝାଡଖଣ୍ଡର ଷଢେଇକଳାର ଖରସୁଆଁ ଜିଲ୍ଲାରେ ମଙ୍ଗଳବାର ସକାଳେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ବିସ୍ଫୋରଣ ଫଳରେ  ସିଆରପିଏଫ୍ ଏବଂ ରାଜ୍ୟ ପୋଲିସର ୧୧ଯବାନ ଆହତ ହୋଇଛନ୍ତି । ସିଆରପିଏଫର କୋବ୍ରାର ୨୦୯ ବାଟାଲିଅନ ଏବଂ ରାଜ୍ୟ ପୋଲିସର ମିଳିତ ଟିମ୍ ଜିଲ୍ଲାର କୁଚାଇ ଅଞ୍ଚଳରେ ଏକ ଜଙ୍ଗଲରେ କମ୍ବିଂ ଅପରେସନ ଚଳାଇଥିଲା ।

ଏହି ସମୟରେ ଭୋର ପ୍ରାୟ ୫ଟା ସମୟରେ ଏଠାରେ ଆଇଇଡି ବିସ୍ଫୋରଣ ହୋଇଥିଲା । ଆଇଇଡିକୁ ନକ୍ସଲମାନେ ରାସ୍ତା ତଳେ ପୋତି ରଖିଥିବା ଜଣାପଡିଛି । ସୂଚନା ଅନୁସାରେ ୮ଜଣ କୋବ୍ରା ବାଟାଲିଅନର ଯବାନ ଏବଂ ରାଜ୍ୟ ପୋଲିସର ତିନି ଜଣ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ବିମାନ ଯୋଗେ ରାଞ୍ଚି ମେଡିକାଲକୁ ଅଣାଯାଇଛି ।

   Related Posts