Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଡେଲ ହେବା ପାଇଁ ଘର ଛାଡି ପଳେଇଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ…

ସୁରଟ୍୮/୧୧: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମଡେଲ ହେବା ଲାଗି ଘର ଛାଡ଼ି ପଳେଇଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମରେ ଶିକାର ହୋଇଛନ୍ତି। ଛାତ୍ରୀଙ୍କ ପୁଅ ସାଙ୍ଗମାନେ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ କରି ଦୁର୍ବୃତ୍ତମାନେ ଛାତ୍ରୀଙ୍କୁ ଏକ ଅଜଣା ଅଟୋ ଚାଳକ ପାଖରେ ଛାଡ଼ି ଫେରାର ହୋଇଯାଇଥିଲେ। ଏହି ସୁଯୋଗରେ ଅଟୋ ଚାଳକ ମଧ୍ୟ ପୁଣି ତାଙ୍କୁ ଦୁଷ୍କର୍ମ କରିଥିଲା। ଏହା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁଜୁରାଟର ସୁରଟରେ ଏଭଳି ଘଟଣା ଘଟିଛି।

ପୀଡ଼ିତାଙ୍କ ବାପା-ମାଆଙ୍କ କହିବା ଅନୁସାରେ ତାଙ୍କ ଝିଅଙ୍କ ସହ ଗଣଦୁଷ୍କର୍ମ ହୋଇଛି। ଅଷ୍ଟମ ଶ୍ରେଣୀରେ ପୀଡ଼ିତା ପାଠ ପଢ଼ୁଥିବା କଥା ତାଙ୍କ ମାଆ-ମାଆ କହିଛନ୍ତି। ମଡେଲ ହେବା ଲାଗି ଅଷ୍ଟମ ଶ୍ରେଣୀର ଛାତ୍ରୀ ଘର ଛାଡି ଚାଲି ଯାଇଥିଲେ। ଛାତ୍ରୀ ଘର ଛାଡି ତାଙ୍କର ଜଣେ ୧୫ ବର୍ଷ ବୟସ୍କ ପୁଅ ସାଙ୍ଗ ପାଖରେ ରହୁଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କ ପୁଅ ସାଙ୍ଗମାନେ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ଏକ ଅଟୋ ଚାଳକ ପାଖରେ ଛାଡି ଚାଲି ଯାଇଥିଲେ। ଅଟୋ ଚାଳକ ଛାତ୍ରୀଙ୍କ ପାଖରୁ ସବୁ କଥା ଶୁଣିବା ପରେ ସେ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲା।

ଏହି ଘଟଣା ଦୁଇଜଣ ନାବାଳକ ଛାତ୍ରଙ୍କ ସମେତ ଅଟୋ ଚାଳକକୁ ପୋଲିସ ଗିରଫ କରିଛି। ପୀଡ଼ିତାଙ୍କ ଡ଼ାକ୍ତର ମାଇନା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

1120 Views

   ସମ୍ବନ୍ଧିତ ଖବର