ରାଇରଙ୍ଗପୁର ୨୯/୧୧: ୮ଟି ଚୋରୀ ବାଇକ୍ ଜବତ ସହ ୩ ଅଭିଯୁକ୍ତଙ୍କୁ ସ୍ଥାନୀୟ ବିଶୋଇ ପୋଲିସ ଗିରଫ କରିଛି। କିଛି ହେବ ଲଗାତର ଭାବେ ଏହି ଅଞ୍ଚଳରୁ ବାଇକ୍ ଚୋରୀ ହେଉଥିଲା। ଏ ନେଇ ବିଶୋଇ ପୋଲିସ୍ ତନାଘନା ଆରମ୍ଭ କରିଥିଲା। ମିଳିଥିବା ସୂଚନା ମୁତାବକ, ଚୋରୀ ବାଇକ ଧରି ସାଗର ନାମକ ଜଣେ ଚୋର ବୁଲୁଥିଲା। ଏ ସଂପର୍କରେ ପୋଲିସ୍ ଖବର ପାଇବା ପରେ ତାଙ୍କୁ କାବୁ କରିଥିଲା। ସାଗର ବାଇକଟି ବାଙ୍ଗରିପୋଷି ଅଞ୍ଚଳରୁ ୧୩ ହଜାର ପାଞ୍ଚ ଶହ ଟଙ୍କାରେ କିଣିଥିବା କହିଥିଲା।
{"id":369613,"sizeSlug":"large"}ଥାନଧିକାରୀ ଫନୀନ୍ଦ୍ର ନାଏକ ଦଳବଳ ସହ ବାଙ୍ଗିରିପୋଷି ଅଞ୍ଚଳରେ ଚଢ଼ାଉ କରି ଆଠଟି ଚୋରୀ ବାଇକ ଉଦ୍ଧାର କରିବା ସହିତ ମୁଖ୍ୟ ଅଭିଯୁକ୍ତ ଗୁରୁ ଚରଣ ଦାସ ସମେତ ଚୋରୀ ବାଇକ କିଣିବା ଅଭିଯୋଗରେ ସାଗର ନାଏକ ଓ ସୁଜିତ ନାଏକ ନାମକ ଯୁବକଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଗୁରୁଚରଣର ଘର ଶୁଳିଆ ପଦାରେ ହୋଇଥିଲା ବେଳେ ବାଙ୍ଗିରିପୋଷିରେ ଶ୍ୱଶୁର ଘରେ ରହି ବାଇକ ଚୋରୀ କାରବାର କରି ଆସୁଥିଲା।