କରୋନାଠୁ ବର୍ତ୍ତିବାକୁ ଚାହୁଁଛନ୍ତି କି? ତେବେ ଅବଲମ୍ବନ କରନ୍ତୁ ଏହି ୮ଟି ନିୟମ

Published By : Prameya-News7 Bureau | March 07, 2020 IST

ନୂଆଦିଲ୍ଲୀ ୭/୩: ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ୍ ଏବେ ଦିଲ୍ଲୀରେ ହଇଚଇ ସୃଷ୍ଟି କରିଛି। ଇଟାଲୀରୁ ଦିଲ୍ଲୀ ଫେରିଥିବା ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ବୋଲି ଜଣା ପଡ଼ିଛି। ତେଲେଙ୍ଗାନାରୁ ମଧ୍ୟ ଏକ ନୂଆ ମାମଲା ସାମନାକୁ ଆସିଛି। ଏହି ବ୍ୟକ୍ତି କିଛି ଦିନ ହେବ ଦୁବାଇରୁ ଫେରିଛନ୍ତି। କରୋନା ଭାଇରସର ଆତଙ୍କ ଏବେ ଲୋକଙ୍କ ମଧ୍ୟରେ ବଢ଼ିବାକୁ ଲାଗିଛି। WHO ତରଫରୁ କରୋନାର ଭାଇରସର ଯେଉଁସବୁ ଲକ୍ଷଣ କୁହାଯାଇଛି ତାହା ସାଧାରଣ ଥଣ୍ଡା-କାଶ ଭଳି । ଏପରି ପରିସ୍ଥିତିରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ କିଛି କଥା ପ୍ରତି ଧ୍ୟାନ ଦେଲେ ଏହି ଭାଇରସରୁ ରକ୍ଷା ମିଳି ପାରିବ।

{"id":234326,"sizeSlug":"large"}

୧. କରୋନା ଭାଇରସରୁ ବର୍ତ୍ତିବା ପାଇଁ ପରିଷ୍କାର-ପରିଚ୍ଛନ୍ନ ରହିବା ନିହାତି ଆବଶ୍ୟକ। ନିଜ ଆଖପାଖରେ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ। କାଶିବା ସମୟରେ ପାଟିରେ ଟିସୁ ପେପର ଦେଇ କାଶନ୍ତୁ ଏବଂ ତା’ପରେ ଏହାକୁ କଭର୍ଡ଼ ଡଷ୍ଟବିନରେ ଫିଙ୍ଗି ଦିଅନ୍ତୁ। ମଝିରେ ମଝିରେ ସାବୁନରେ ହାତ ଧୁଅନ୍ତୁ।

{"id":234327,"sizeSlug":"large"}

୨. ଭଲ ଭା​ବେ ହାତ ଧୋଇବା ପାଇଁ ସାବୁନ କିମ୍ବା ସ୍ୟାନିଟାଇଜର ବ୍ୟବହାର କରନ୍ତୁ। ଏହା ପରେ ହାତକୁ ପାଖାପାଖି ୨୦ସେକେଣ୍ଡ ଯାଏଁ ଭଲ ଭାବେ ସ୍କ୍ରବ୍ କରନ୍ତୁ। ହାତ ଧୋଇବା ପରେ ସଫା କନାରେ ପୋଛି ଦିଅନ୍ତୁ କିମ୍ବା ଡ୍ରାୟରରେ ହାତ ଶୁଖାଇ ଦିଅନ୍ତୁ।

{"id":234328,"sizeSlug":"large"}

୩. ଘରୁ ବାହାରିବା ସମୟରେ ମୁହଁରେ N95 ମାସ୍କ ଭଲ ଭାବେ କଭର କରି ଦିଅନ୍ତୁ।

{"id":234331,"sizeSlug":"large"}

 ୪. ବଜାରରୁ କିଣା ଖାଦ୍ୟ ପଦାର୍ଥକୁ କଞ୍ଚା ଖାଆନ୍ତୁ ନାହିଁ। ମାଂସ କିମ୍ବା ସବୁଜ ପନିପରିବା ଖାଇବା ପୂର୍ବରୁ ଏହାକୁ ଭଲ ଭାବେ ସିଝାନ୍ତୁ।

{"id":234332,"sizeSlug":"large"}

୫. ସଂକ୍ରମିତ କିମ୍ବା ଅଜଣା ବ୍ୟକ୍ତିଙ୍କ ସହ ଅଧିକ ମିଶନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କ ସହ ହାତ ମିଳାଇବା ପୂର୍ବରୁ ସାବୁନରେ ଭଲଭାବେ ହାତ ଧୁଅନ୍ତୁ।

{"id":234337,"sizeSlug":"large"}

୬. ଆଖି,ନାକ କିମ୍ବା ମୁହଁରେ ବାରମ୍ବାର ହାତ ଲଗାନ୍ତୁ ନାହିଁ। ଯଦି ଏପରି କରୁଛନ୍ତି ତେବେ ତୁରନ୍ତ ହାତ,ମୁହଁ ଭଲ ଭାବେ ଧୋଇ ଦିଅନ୍ତୁ।

{"id":234338,"sizeSlug":"large"}

୭. ଯଦି ଆପଣଙ୍କୁ ଜ୍ବର,କାଶ,ଥଣ୍ଡା ହୋଇଛି କିମ୍ବା ଶ୍ବାସ-ପ୍ରଶ୍ବାସରେ ଅସୁବିଧା ହେଉଛି ତେବେ ଖୁବ୍ ଶୀଘ୍ର ଡାକ୍ତରଙ୍କୁ ଦେଖା କରନ୍ତୁ।

{"id":234339,"sizeSlug":"large"}

୮. ଡାକ୍ତର ଦେଇଥିବା ପରାମର୍ଶକୁ ନିୟମିତ ପାଳନ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.