ବାୟୁସେନାରେ ସାମିଲ ହେଲା ଯୁଦ୍ଧାସ୍ତ୍ର ବହନକାରୀ ହେଲିକପ୍ଟର ଆପାଚି ଏଏଚ୍- ୬୪

Published By : Prameya-News7 Bureau | September 03, 2019 IST

ପଠାନକୋଟ ୩/୯: ଆଜିଠୁ ଭାରତୀୟ ବାୟୁସେନାର ସାମିଲ ହେଲା ଆମେରିକା ନିର୍ମିତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବହନକାରୀ ହେଲିକପ୍ଟର ଆପାଚି ଏଏଚ୍- ୬୪ । ପ୍ରଥମ ପର୍ଯ୍ୟାୟରେ ୮ଟି ଆପାଚି ଚପ୍ପର ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି । ପଠାନକୋଟ୍ ବିମାନଘାଟିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ମିଳିତ ଭାବେ ବାୟୁସେନାକୁ ହସ୍ତାନ୍ତର କରିଛନ୍ତି । 

{"id":152468}

ଭାରତ ଆମେରିକାଠାରୁ ୨୨ଟି ଆପାଚି ହେଲିକପ୍ଟର କିଣିବାକୁ ୨୦୧୫ ସେପ୍ଟେମ୍ବରରେ ୧୧୦ କୋଟି ଟଙ୍କାର ଚୁକ୍ତି କରିଛି । ପ୍ରଥମ ପର୍ଯ୍ୟାୟରେ ୮ଟି ଆପାଚି ହେଲିକପ୍ଟର ଅଣାଯାଇଛି । ୨୦୨୦ ସୁଦ୍ଧା ସବୁ ହେଲିକପ୍ଟର ଭାରତ ଆସିବ ବୋଲି ସେ କହିଛନ୍ତି ।

{"id":152470}

ବର୍ତ୍ତମାନ ବାୟୁସେନାରେ ରୁଷଠାରୁ କିଣାଯାଇଥିବା ମିଗ୍ ୨୫ ଏବଂ ମିଗ୍ -୩୫ ହେଲିକପ୍ଟର ରହିଛି । ଭାରତୀୟ ବାୟୂସେନାରେ ଆପାଚି ହେଲିକପ୍ଟର୍ ସାମିଲ  ହେବା ପରେ ବାୟୁସେନା ଆହୁରି ଶକ୍ତିଶାଳୀ ହେବା ସହିତ ପ୍ରତିରକ୍ଷା ବ୍ୟବସ୍ଥାର ଆଧୁନିକୀକରଣରେ ଭାରତ ପାଦେ ଆଗକୁ ଯିବ ।

{"id":152471}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.