Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ୟାଙ୍ଗଷ୍ଚର ହାଇଦର ଗିରଫ ।। ତେଲେଙ୍ଗାନାରୁ ଗିରଫ କଲା ପୋଲିସ ।। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।। ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରୁ ହୋଇଯାଇଥିଲା ଫେରାର
  • ||
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||

ନନ୍ଦନକାନନ ଆସିବ ୮ ଆନାକୋଣ୍ଡା

19/10/2019 at 11:30 PM

 ଭୁବନେଶ୍ୱର – ଆନାକୋଣ୍ଡା ନାଁ ଶୁଣିଲେ ମନରେ ଛନକା ପଶିଯାଏ । ଏହି ବିଶାଳକାୟ ଜୀବକୁ ବିଭିନ୍ନ ଚଲଚ୍ଚିତ୍ରରେ ଲୋକେ ଦେଖିଛନ୍ତି । ତାର ଆକ୍ସନ ରିଆକ୍ସନ ଲୋକଙ୍କୁ ଭୟଭୀତ କରିଦିଏ । କିନ୍ତୁ ଏହି ଆନାକୋଣ୍ଡା ଏବେ ଦେଖିବାକୁ ମିଳିବ ନନ୍ଦନକାନନରେ । ୨୧ ତାରିଖରେ ନନ୍ଦନକାନନ ଜାତୀୟ ଉଦ୍ୟାନରେ ପହଞ୍ଚିବେ ୮ଟି ହଳଦୀ ରଙ୍ଗର ଆନାକୋଣ୍ଡା । ଏସବୁ ମାଡ୍ରାସ କୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟରୁ ଅଣାଯାଉଛି । ଏଗୁଡିକ ନନ୍ଦନକାନନର ସରିଶୃପ ପାର୍କ ଭିତରେ ରଖାଯିବ । ଆନାକୋଣ୍ଡା ଆଣିବାକୁ ୧୬ ତାରିଖରୁ ଏକ ୪ ଜଣିଆ ଟିମ୍ ଚେନ୍ନାଇ ଯାଇଛନ୍ତି ।

  ଆନାକୋଣ୍ଡା ସାଧାରଣତଃ ହଳଦୀ, ସବୁଜ, ଡାର୍କ ସ୍ପଟେଡ ଓ ବୋଲିଭିନ ୪ ପ୍ରକାରର ଥାଆନ୍ତି । ସେମାନଙ୍କ ମଧ୍ୟରୁ ହଳଦୀ ରଙ୍ଗର ଆନାକୋଣ୍ଡା ଦେଖିବାକୁ ବେଶ୍ ଆକର୍ଷଣୀୟ । ଆନକୋଣ୍ଡାର ଲମ୍ବ ସାଧାରଣତଃ ୩୦ ଫୁଟ ଥିବା ବେଳେ ସର୍ବାଧିକ ଓଜନ ୩୫୦ ପାଉଣ୍ଡ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ଆନାକୋଣ୍ଡା ଆସିବା ଖବର ଜାଣିବା ପରେ ପର୍ଯ୍ୟଟକ ଖୁସି ଜାହିର କରିଛନ୍ତି ।

ଆନାକୋଣ୍ଡା ସହ ୩ଟି ନାଇଲ୍ କୁମ୍ଭୀର ବି ୨୧ ତାରିଖରେ ନନ୍ଦନକାନନ ଆସିବ । 

   Related Posts