ଭାରତ ସିଙ୍ଗାପୁର ମଧ୍ୟରେ ସ୍ଵାକ୍ଷର ହେଲା ୮ଟି ଚୁକ୍ତିପତ୍ର
1/06/2018 at 9:43 AM

ଭାରତ ସିଙ୍ଗାପୁର ଦ୍ପିପାକ୍ଷିକ ସମ୍ପର୍କରେ ଯୋଡା ହେଲା ନୁଆ ଅଧ୍ୟାୟ। ଦୁଇ ଦେଶ ମଧ୍ୟରେ ଆଜି ୮ଟି ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ କରିବାଲାଗି ଅର୍ଥନୈତିକ, ସାଧାରଣ ପ୍ରଶାସନ,ସାଇବର ସୁରକ୍ଷା, ଡ୍ରଗ୍ସ ଚୋରା ଚାଲାଣକୁ ରୋକିବା ଆଦି କ୍ଷେତ୍ରରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହୈସେନ ଲୁଙ୍ଗଙ୍କ ମଧ୍ୟରେ ଦ୍ବିପାକ୍ଷିକ ଉଚ୍ଚସ୍ତରୀୟ ବୈଠକ ପରେ ଦୁଇ ଦେଶ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ଉଭୟ ନେତା ଜାରି କରିଥିବା ମିଳିତ ବିବୃତିରେ ଦ୍ପିପାକ୍ଷିକ ସମ୍ପର୍କର ସମୀକ୍ଷା ପରେ ଏହାକୁ କେମିତି ଆହୁରି ନିବିଡ କରିହେବ ସେନେଇ ରୋଡମ୍ୟାପ ପ୍ରସ୍ତୁତ କରି ଆଗେଇନେବାକୁ ଜୋର ଦେଇଛନ୍ତି। ଉଭୟ ନେତା comprehensive economic cooperation ସମୀକ୍ଷା କରିଛନ୍ତି। ଏଥରେ ଆଗାମୀ ଦିନରେ ଉନ୍ନତି ଆଣିବାକୁ ଗୁରୁତ୍ବାରୋପ କରିଛନ୍ତି। ଦୁଇ ଦେଶ ମଧ୍ୟରେ ବିମାନ ସେବା ସମ୍ପର୍କକୁ ଆହୁରି ଦୃଢିଭୁତ କରିବାକୁ ଉଭୟନେତା ଜୋର ଦେଇଛନ୍ତି।