ଆନ୍ଧ୍ରବ୍ୟାଙ୍କ କ୍ୟାସିଅର ହତ୍ୟା ଘଟଣାରେ ସଂପୃକ୍ତ ୮ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | January 28, 2019 IST

ସାନଖେମୁଣ୍ଡି ୨୮|୧: ଆନ୍ଧ୍ରବ୍ୟାଙ୍କ କ୍ୟାସିଅର ହତ୍ୟା ଘଟଣାରେ ସଂପୃକ୍ତ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗଞ୍ଜାମ ଧରାକୋଟ ମୁଣ୍ଡମରାଇ ଆନ୍ଧ୍ର ବ୍ୟାଙ୍କର କ୍ୟାସିଅର ବିନୟ କୁମାରଙ୍କ ମୃତଦେହ ଗତ ୨୩ ତାରିଖରେ ମିଳିଥିଲା । ପ୍ରେମ ବ୍ୟାପାରକୁ ନେଇ ବ୍ୟାଙ୍କ କ୍ୟାସିଅର ବିନୟ କୁମାରଙ୍କୁ ଦୁର୍ବୃତ୍ତମାନେ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଗିରଫ ଅଭିଯୁକ୍ତଙ୍କ ଠାରୁ ସୁନା ଅଳଙ୍କାର, ମୋବାଇଲ ଓ ୩ଟି ଲାଠି ଜବତ କରାଯାଇଛି ।

{"id":77294}

ଗଂଜାମ ଧରାକୋଟ ଥାନା ମୁଣ୍ଡମରାଇ ଗାଁ ପାହାଡ ନିକଟରେ ଛତ୍ରପୁରର ବିନୟ କୁମାର ବେହେରାଙ୍କୁ ହତ୍ୟା କରାଯାଇଥିଲା । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା । ମୁଣ୍ଡ ମରାଇ ଗାଁଠୁ ଅଳ୍ପ ଦୂରରେ ଥିବା ମୋରମ ପାହାଡ ନିକଟରେ ହୋଇଥିଲା ହତ୍ୟାକାଣ୍ଡ । ଆନ୍ଧ୍ର ବ୍ୟାଙ୍କରେ କ୍ୟାସିୟର ଭାବେ କାମ କରୁଥିଲେ ସେ । ପାହାଡ଼ ନିକଟକୁ ଡାକି ନେଇ ବିନୟଙ୍କୁ ପ୍ରବଳ ମାଡ଼ ମାରିଥିଲେ ଅଭିଯୁକ୍ତମାନେ । ଆଉ ତାପରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରି ଚମ୍ପଟ ମାରିଛନ୍ତି । ସିସିଟିଭିରେ ଏ ସମସ୍ତ ଦୃଶ୍ୟ କଏଦ ହୋଇଥିବା ବେଳେ ସେହି ଆଧାରରେ ପୋଲିସ ତଦନ୍ତ କରୁଥିଲା ।

{"id":79040}

ମୃତ ବିନୟଙ୍କର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ପ୍ରେମ ସଂପର୍କ ଥିଲା । ପ୍ରେମ ବ୍ୟାପାରକୁ ନେଇ ଗତ ୨୨ତାରିଖରେ କିଛି ଦୁର୍ବୃତ୍ତ ବ୍ୟାଙ୍କ ବନ୍ଦ ହେବା ପରେ ବିନୟଙ୍କୁ ପାହାଡ଼ ନିକଟକୁ ଡାକି ନେଇଥିଲେ । ମୃତକଙ୍କ ପିଠିରେ ମାଡ଼ ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ତେବେ ପୋଲିସ ଘଟଣାର ତଦନ୍ତ କରି ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.