ଘରୁ ନିଖୋଜ ଥିବା ୭ବର୍ଷ ବାଳକର ଶବ ଉଦ୍ଧାର , କିଡ଼ନୀ, ଲିଭର ଓ ଆଖି ତାଡ଼ିନେଇ କରିଥିଲେ ହତ୍ୟା

Published By : Prameya-News7 Bureau | April 03, 2019 IST

ଭାଗଲପୁର ୩/୪- ଜଣେ ୭ବର୍ଷ ବୟସର ବାଳକକୁ କରିନେଲେ ଅପହରଣ ଦୁବୃର୍ତ୍ତ । କିଡ଼ିନ, ଲିଭର ଓ ଆଖି କାଢ଼ିନେଇ କରିଥିଲେ ହତ୍ୟା ।

ବିହାର ଭାଗଲପୁର ବକାଗାଁରେ ମୂଳବାସିନ୍ଦା ଶିବକୁମାର । ବାପା-ମାଆଙ୍କ ସହ ୨ବର୍ଷ ହେଲା ଭାଗଲପୁର ଏମଜି ରୋଡ଼ରେ ରହୁଥିଲେ । ସ୍କୁଲରୁ ଆସିବା ପରେ ଅଚାନକ ନିଖୋଜ ହୋଇଯାଇଥିଲେ ଶିବକୁମାର । ଯେତେ ଖୋଜାଖୋଜି କରିଥିଲେ ବି ପରିବାର ଲୋକ ପାଇ ନଥିଲେ ।

ତା ପର ଦିନ ଏମଜି ରୋଡ଼ରେ ଥିବା ଏକ ମାର୍ବଲ ଦୋକାନ ପଛରୁ ଶିବକୁମାରଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା । କେହିଜଣେ କିଡ଼ିନ, ଲିଭର ଓ ଆଖି ତାଡ଼ିନେବା ସହ ହତ୍ୟା କରିଥିବା ଦେଖିବାକୁ ମିଳିଥିଲା ।

ଥାନାରେ ଶିବକୁମାରଙ୍କ ବାପା ଏତାଲା ଦେବାପରେ ପୋଲିସ ଏହି ଘଟଣାର କରୁଛି ତଦନ୍ତ । ଏହା ପଛରେ ପିଲାଚୋରି ରାକେଟ କାମ କରୁଥିବା ପୋଲିସର ସନ୍ଦେହକୁ ଆସିଛି । ଖୁବ ଶ୍ରୀଘ୍ର ଏହି ଘଟଣାର ତଦନ୍ତ ହୋଇ ସତ ସାମନାକୁ ଆସିବ ବୋଲି କହିଛନ୍ତି ଥାନାଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.