Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଏହି କର୍ମଚାରୀଙ୍କ ବଢିଲା ବେତନ ; ୧,୨୪୧ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

18/01/2019 at 2:44 PM

ନୂଆଦିଲ୍ଲୀ ୧୮|୧: ସରକାରୀ ଶିକ୍ଷକମାନଙ୍କ ପାଇଁ ଖୁସି ଖବର । ବେତନ ବୃଦ୍ଧି କଲେ ମୋଦି ସରକାର । କେନ୍ଦ୍ର ସରକାରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ସପ୍ତମ ବେତନ ଆୟୋଗ ଅନୁଯାୟୀ ବେତନ ଦେବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଏଥିପାଇଁ ମାନବ ସମ୍ବଳ ଓ ବିକାଶ ମନ୍ତ୍ରଣାଳୟ ୧,୨୪୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହା ବ୍ୟତୀତ ୬୮ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ସର୍ବନିମ୍ନ ବେତନ ଏବଂ ଫିଟମେଣ୍ଟ ଫ୍ୟାକ୍ଟରରେ ବୃଦ୍ଧି କରିବାକୁ ଦାବି କରୁଛନ୍ତି । ମିଳିଥିବା ସୂଚନା ଆଧାରରେ କ୍ୟାବିନେଟ୍ ର ଆଗାମୀ ବୈଠକରେ ଏ ସମ୍ବନ୍ଧରେ କିଛି ବଡ ନିଷ୍ପତ୍ତି ମଧ୍ୟ ନିଆଯାଇପାରେ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏନଡିଏ ସରକାର ଏହି କର୍ମଚାରୀମାନଙ୍କର ଦାବି ପୂରଣ କରିପାରନ୍ତି ।

ସର୍ବ ପ୍ରଥମେ ଶିକ୍ଷାନୁଷ୍ଠାନ ସହ ଜଡିତ କର୍ମଚାରୀମାନଙ୍କ ବେତନ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ କର୍ମଚାରୀ ଦାବି କରୁଛନ୍ତି ଯେ, ସେମାନଙ୍କର ସର୍ବନିମ୍ନ ବେତନରେ ୮ହଜାର ଟଙ୍କାର ବୃଦ୍ଧି କରାଯାଉ । ବର୍ତ୍ତମାନ ସେମାନଙ୍କର ସର୍ବନିମ୍ନ ବେତନ ୧୮,୦୦୦ ଟଙ୍କା ରହିଛି । ଯାହାକୁ ବୃଦ୍ଧି କରି ମାସକୁ ୨୬,୦୦୦ ଟଙ୍କା ଦେବାକୁ କର୍ମଚାରୀମାନେ ଦାବି କରୁଛନ୍ତି । ଏହା ବ୍ୟତୀତ ଅତିରିକ୍ତ ଫିଟମେଣ୍ଟ ଫ୍ୟାକ୍ଟରକୁ ମଧ୍ୟ ୨.୫୭ରୁ ବୃଦ୍ଧି କରି ୩.୬୮ କରିବାକୁ ଦାବି କରାଯାଉଛି ।

କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ସମସ୍ତ ସ୍ଥାୟୀ କର୍ମଚାରୀମାନଙ୍କୁ ପ୍ରତି ବର୍ଷ ଅତି କମ୍ ରେ ୨୦ଦିନର ଛୁଟି ନେଇପାରିବେ ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ, ଏହାଦ୍ବାରା ରାଜ୍ୟ ସରକାରଙ୍କ ଆର୍ଥିକ ଭାଗିଦାରୀରେ ପରିଚାଳିତ ଶିକ୍ଷାନୁଷ୍ଠାନର ମୋଟ୍ ୨୯୨୬୪ ଶିକ୍ଷକ ତଥା ଅନ୍ୟ ଶିକ୍ଷା ସଂସ୍ଥାର କର୍ମଚାରୀମାନେ ଲାଭ ପାଇପାରିବେ । ଏହା ବ୍ୟତୀତ ଏଆଇସିଟିଇ ଅଧିନରେ ଆସୁଥିବା ଘରୋଇ କଲେଜ ଏବଂ ଶିକ୍ଷାନୁଷ୍ଠାନର ପ୍ରାୟ ୩.୫ଲକ୍ଷ ଶିକ୍ଷକ ଏବଂ କର୍ମଚାରୀଙ୍କୁ ମଧ୍ୟ ଏଥିରୁ ଲାଭ ମିଳିବ । କେନ୍ଦ୍ର ସରକାର ସପ୍ତମ ବେତନ ଆୟୋଗର ସୁପାରିଶକୁ ଲାଗୁ କରିବା ପାଇଁ ବକେୟା ପ୍ରଦାନ ହେତୁ ଏହି ସଂସ୍ଥାଗୁଡିକ ଦ୍ବାରା କରାଯିବାକୁ ଥିବା ମୋଟ୍ ଅତିରିକ୍ତ ଖର୍ଚ୍ଚର ୫୦ ପ୍ରତିଶତ ମଧ୍ୟ ପ୍ରଦାନ କରିବେ ।

   Related Posts