ଚଳିତ ମାସରେ ନ୍ୟୁନତମ ବେତନ ବୃଦ୍ଧି ସମ୍ପର୍କିତ ଖୁସି ଖବର ମିଳିପାରେ ସରକାରୀ କର୍ମଚାରୀଙ୍କୁ

Published By : Prameya-News7 Bureau | October 05, 2018 IST

ନୂଆଦିଲ୍ଲୀ ୫/୧୦ : ଚଳିତ ମାସ ଶେଷ ସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ୭ମ ବେତନ କମିଶନ ବେସିକ ପେ ବା ନ୍ୟୁନତମ ବେତନ କ୍ଷେତ୍ରରେ ଏକ ଶୁଭ ଖବର ମିଳିବ ସମ୍ଭାବନା ରହିଛି | କେନ୍ଦ୍ର ସରକାର ପେନସନ ଯୋଜନାର ପୁନର୍ବିନ୍ୟାସ ପାଇଁ ଚିଠା ଇତି ମଧ୍ୟରେ ପ୍ରସ୍ତୁତ କରିସାରିଛନ୍ତି | ଏହି ଚିଠା ପ୍ରସ୍ତାବକୁ ଚଳିତ ମାସ ଶେଷ ବେଳକୁ ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ର କ୍ୟାବିନେଟରେ ମୋହର ବାଜିପାରେ | ସୂଚନାଯୋଗ୍ୟ ଯେ, ୨୦୦୪ ମସିହାରୁ ପୁରୁଣା ପେନସନ ଯୋଜନାକୁ ରଦ୍ଦ କରି ନୂଆ ପେନସନ ଯୋଜନା- ରାଷ୍ଟ୍ରୀୟ ପେନସନ ଯୋଜନା ଲାଗୁ ହୋଇଛି | ତେବେ ନୂଆ ପେନସନ ଯୋଜନା କର୍ମଚାରୀଙ୍କ ପାଇଁ ଲାଭଦାୟକ ନୁହେଁ; ତେଣୁ ପୁରୁଣା ପେନସନ ଯୋଜନାକୁ ଲାଗୁ କରିବା ପାଇଁ ଜାତୀୟ ସ୍ତରରେ କର୍ମଚାରୀ ସଂଘଗୁଡିକ ଦାବି କରି ଆସୁଥିଲେ | ତେଣୁ ସରକାର ନୂଆ ପେନସନ ଯାଜନାରେ କେତେକ ସଂଶୋଧନ ଆଣି କର୍ମଚାରୀଙ୍କୁ ଖୁସି କରିବାକୁ ଚାହୁଁଛନ୍ତି | ଏଥି ସହିତ ବେସିକ ପେ ବା ନ୍ୟୁନତମ ବେତନ କ୍ଷେତ୍ରରେ ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ରହିଛି ବୋଲି କେନ୍ଦ୍ର ଏଚବି ପି.କେ.ସିଂହା କର୍ମଚାରୀ ସଂଘଙ୍କୁ ସୂଚନା ଦେଇଥିବା ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.