ସପ୍ତମ ବେତନ କମିଶନ : ମୋଦି ସରକାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର କର୍ମଚାରୀଙ୍କୁ ‘ସ୍ପେଶାଲ ଗିଫ୍ଟ’

Published By : Prameya-News7 Bureau | January 02, 2019 IST

ନୂଆଦିଲ୍ଳୀ ୨/୧: ନୂତନ ବର୍ଷରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ମୋଦି ସରକାର ବହୁତ ବଡ଼ ଖୁସି ଖବର ଦେବାକୁ ଯାଉଛନ୍ତି। ନିକଟରେ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗର ପ୍ରାୟ ୪୦୦୦ କର୍ମଚାରୀଙ୍କ ପଦୋନ୍ନତି ପାଇଁ ଆଦେଶ ଜାରି କରିଛନ୍ତି। ଏହା ଏକ ରେକର୍ଡ଼ ସଂଖ୍ୟା, କାରଣ କେବେ ଏତେ ବଡ଼ ସଂଖ୍ୟାରେ କର୍ମଚାରୀଙ୍କ ପଦୋନ୍ନତି ହୋଇନାହିଁ। ମନ୍ତ୍ରାଳୟ ଅନୁସାରେ ପଦୋନ୍ନତିରେ କେନ୍ଦ୍ର ସଚିବାଳୟ ସେବାରେ ନିର୍ଦ୍ଦେଶକ(୧୨୨),ଉପ ସଚିବ (୩୪୦),ଅଣ୍ଡର ସେକ୍ରେଟାରୀ(୩୦୦),ବରିଷ୍ଠ ପ୍ରମୁଖ ସଚିବ(୩୦୦),ପିପିଏସ୍(୬୮୦) ଭଳି ଉଚ୍ଚ ସ୍ତରର ପଦ ସାମିଲ ରହିଛି। କେନ୍ଦ୍ର ସଚିବାଳୟ ଷ୍ଟେନୋଗ୍ରାଫର ସେବା ଏବଂ ଅନୁଭାଗ ଅଧିକାରୀ ,ନିଜସ୍ବ ସଚିବ ଏବଂ ପିଏ କେନ୍ଦ୍ର ସରକାରଙ୍କ ଏହି ଦୁଇଟି ମୁଖ୍ୟ ସେବାର ତଳ ସ୍ତରରେ ଅଛନ୍ତି।

ସରକାର ସପ୍ତମ ବେତନ ଆୟୋଗ ଅନୁସାରେ ଦରମା ବୃଦ୍ଧି ପ୍ରସଙ୍ଗରେ ରାଜି ହୋଇଛନ୍ତି। କେନ୍ଦ୍ର ସରକାର ମଧ୍ୟ କେନ୍ଦ୍ରୀୟ ରାଷ୍ଟାୟତ୍ତ ଉଦ୍ୟୋଗ ଓ ନିଗମ କର୍ମଚାରୀଙ୍କୁ ବର୍ଷ ଶେଷରେ ଖୁସି ଖବର ଦେଇଛନ୍ତି। ସରକାର ଏହି କର୍ମିଚାରୀଙ୍କ ସମସ୍ତ ଦାବିକୁ ମାନି ନେଇଛନ୍ତି। ବେତନ ସଂଶୋଧନଠୁ ଆରମ୍ଭ କରି ପୁରୁଣା ପେନସନ ପର୍ଯ୍ୟନ୍ତ ସମସ୍ତ ଦାବି ମାନି ନେଇଛନ୍ତି। ଏହାକୁ ନେଇ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।

ଏହା ବ୍ୟତୀତ ମହାରାଷ୍ଟ୍ରର କର୍ମଚାରୀଙ୍କୁ ନୂଆବର୍ଷର ଉପହାର ମିଳିଛି। ନିକଟରେ ରାଜ୍ୟ ସରକାର ସପ୍ତମ ବେତନ ଆୟୋଗର ସୁପାରିଶକୁ ମଧ୍ୟ ମଞ୍ଜୁର କରିଛି। ଯାହା ଦ୍ବାରା ରାଜ୍ୟର ପ୍ରାୟ ୧୭ଲକ୍ଷ କର୍ମଚାରୀଙ୍କୁ ଫାଇଦା ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.