7th pay commission: ଜୁଲାଇ ୧ରୁ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବଢିବ ୨୮ ପ୍ରତିଶତ ! ଜାଣନ୍ତୁ କେତେ ବୃଦ୍ଧି ଘଟିବ ଦରମା

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦।୦୪: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିର ଖବର। ପ୍ରାୟ ଏକ ବର୍ଷ ପରେ ପୁଣି ଥରେ ଲାଗୁ ହେବାକୁ ଯାଉଛି ଡିଏ। କେନ୍ଦ୍ର ସରକାର ଦେଶର ୫୨ ଲକ୍ଷ କର୍ମଚାରୀଙ୍କ ପାଇଁ ଡିଏ ପୁନର୍ବାର ଲାଗୁ କରିବାକୁ ଘୋଷଣା କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ପରେ ଦେଶର କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ଘଟିବ। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, ୨୦୨୧ ଜୁଲାଇ ୧ରୁ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ଲାଗୁ ହେବାକୁ ଯାଉଛି। ଅଲ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସର ତଥ୍ୟ ଅନୁଯାୟୀ, ୨୦୨୧ ଜାନୁଆରୀରୁ ଜୁନ ମଧ୍ୟରେ ଅତି କମରେ ଡିଏରେ ୪ ପ୍ରତିଶତ ବୃଦ୍ଧି ଘଟିପାରେ।

ଡିଏ ଲାଗୁ ହେବା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୧୭ ପ୍ରତିଶତରୁ ବୃଦ୍ଧି ଘଟି ୨୮ ପ୍ରତିଶତ ହୋଇପାରେ। ଏଥିରେ ୨୦୨୦ ଜାନୁଆରୀରୁ ଜୁନ ପର୍ଯ୍ୟନ୍ତ ଡିଏରେ ୩ ପ୍ରତିଶତ ବୃଦ୍ଧି ସାମିଲ। ସେହି ପରି ୨୦୨୦ ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ୪ ପ୍ରତିଶତ ବୃଦ୍ଧି ଓ ୨୦୨୧ ଜାନୁଆରୀରୁ ଜୁନ ପର୍ଯ୍ୟନ୍ତ ୪ ପ୍ରତିଶତ ଡିଏ ବୃଦ୍ଧି ସାମିଲ ରହିଛି।

କେତେ ବଢିବ କର୍ମଚାରୀଙ୍କ ଦରମା

୨୦୨୧ ଜୁଲାଇ ୧ରୁ କେନ୍ଦ୍ର ସରକାର ବିଚାରଧୀନ ଡିଏର କିସ୍ତି ଦେବାକୁ ଘୋଷଣା କରିଛନ୍ତି। ଉଲ୍ଲେଖନୀୟ କରୋନା କରୋନା ଭାଇରସ୍‌ ମହାମାରୀ କାରଣରୁ ସରକାର ଡିଏ ଉପରେ ରୋକ୍ ଲଗାଇଥିଲେ। ଡିଏ ବଢିଲେ ସେହି ଅନୁପାତରେ ଡିଆରରେ ମଧ୍ୟ ବୃଦ୍ଧି ଘଟିବ। ମହଙ୍ଗା ଭତ୍ତା ବଢିଲେ କେନ୍ଦ୍ର ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ ଡିଆର ମଧ୍ୟ ଲାଗୁ ହୋଇଯିବ। ଏଥିରେ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ।

ସମ୍ଭାବିତ ଡିଏ ବୃଦ୍ଧିର ପ୍ରଭାବ ସରକାରୀ କର୍ମଚାରୀଙ୍କ ମାସିକ ପିଏଫ, ଗ୍ରାଚ୍ୟୁଟି ଯୋଗଦାନ ଉପରେ ମଧ୍ୟ ପଡିବ। ସୂଚନାଯୋଗ୍ୟ, ସିଜିଏସର ପିଏଫ ଏବଂ ଗ୍ରାଚ୍ୟୁଟିର ଯୋଗଦାନର ଗଣନା ବେତନ ଏବଂ ଡିଏ ଆଧାରରେ କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.