ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ଏପ୍ରିଲ ୧ରୁ ଲାଗୁ ହେବ ସପ୍ତମ ବେତନ କମିଶନ, ବଢିବ ଦରମା

Published By : Prameya-News7 Bureau | March 10, 2021 IST

ନୂଆଦିଲ୍ଲୀ ୧୦/୦୩ : କେନ୍ଦ୍ର କର୍ମଚାରୀଙ୍କ ପାଇଁ ଭଲ ଖବର। ଏପ୍ରିଲ ୧ ତାରିଖରୁ କର୍ମଚାରୀଙ୍କ ଦରମା ବୃଦ୍ଧି ହେବ। କେନ୍ଦ୍ର ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀ ଅନେକ ଦିନ ହେଲା ସପ୍ତମ ବେତନ କମିଶନ ଲାଗୁ ହେବାନେଇ ଅପେକ୍ଷା କରି ରହିଛନ୍ତି। ବର୍ତ୍ତମାନ ଏହି କର୍ମଚାରୀଙ୍କୁ ଆଶ୍ବସ୍ତି ମିଳିବ। ଏପ୍ରିଲ ୧ ତାରିଖରୁ ନୂଆ ୱେଜ୍ କୋଡ୍ (New wage Code) ଲାଗୁ ହେବାନେଇ ଆଶା ପ୍ରକାଶ ପାଇଛି। ଯାହାଫଳରେ କର୍ମଚାରୀଙ୍କ ଦରମାରେ ପରିବର୍ତ୍ତନ ହେବ।

ଏହାର ସିଧା ପ୍ରଭାବ କର୍ମଚାରୀଙ୍କ ଦରମା ଉପରେ ପଡିବ। ନୂଆ ନିୟମ ଅନୁଯାୟୀ, କର୍ମଚାରୀଙ୍କ ମୂଳ ଦରମା ମୋଟ ସିଟିସିର ୫୦ ପ୍ରତିଶତ ହେବ। ଏହାସହ କର୍ମଚାରୀଙ୍କ ପିଏଫ ମଧ୍ୟ ବୃଦ୍ଧି ପାଇବ।

୨୦୧୪ରେ ଆୟୋଗରେ ସୁପାରିଶ ଅନୁଯାୟୀ ସପ୍ତମ ବେତନ କମିଶନ ସ୍ୱୀକାର କରାଯାଇଥିଲା କିନ୍ତୁ ଏବେ ସୁଦ୍ଧା ଲାଗୁ ହୋଇନଥିଲା। ସରକାର ଖୁବ ଶୀଘ୍ର ଏନେଇ ନିଷ୍ପତ୍ତି ନେଇପାରନ୍ତି। ସରକାରଙ୍କ ଏହି ନିଷ୍ପତ୍ତିର ଲାଭ ଦେଶର ପ୍ରାୟ ଗୋଟିଏ କୋଟି କର୍ମଚାରୀଙ୍କୁ ମିଳିବ। ଏଥିରୁ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୫୮ ଲକ୍ଷ ପେନସନଧାରୀ ସାମିଲ।

ଆୟୋଗର ସୁପାରିଶ ଅନୁଯାୟୀ, ପ୍ରାରମ୍ଭିକ କର୍ମଚାରୀଙ୍କ ଦରମା ୭ ହଜାରରୁ ୧୮ ହଜାରକୁ ବୃଦ୍ଧି ପାଇବ। କ୍ଲାସ-ୱାନ୍ କର୍ମଚାରୀଙ୍କ ଦରମା ୫୬ ହଜାର ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସପ୍ତମ ବେତନ ଆୟୋଗ ଅନୁଯାୟୀ ଦରମା, ଭତ୍ତା, ପେନ୍ସନରେ ପାଖାପାଖି ୨୩.୫୫ ପ୍ରତିଶତ ବୃଦ୍ଧି ପାଇଁ ସୁପାରିଶ କରାଯାଇଛି।

ସପ୍ତମ ବେତନ କମିଶନ ନୂଆ Pay Matrix ଘୋଷଣା କରିଛନ୍ତି। Pay Matrix ଦ୍ୱାରା କେନ୍ଦ୍ର କର୍ମଚାରୀ କ୍ୟାରିଅର ଆରମ୍ଭରୁ ପୁରା କ୍ୟାରିଅର ସମୟରେ ହେବାକୁଥିବା ଗ୍ରୋଥର ଆକଳନ କରିପାରିବେ। ବେସାମରିକ କର୍ମଚାରୀ, ପ୍ରତିରକ୍ଷା ବାହିନୀ ଏବଂ ସାମରିକ ନର୍ସିଂ ସେବା (MNS) ପାଇଁ ଅଲଗା ପେ ମ୍ୟାଟ୍ରିକ୍ସ ପ୍ରସ୍ତୁତ କରାଯାଇଛି। ଏହି ଆଧାରରେ କର୍ମଚାରୀଙ୍କ ଦରମାରେ ଗ୍ରୋଥ ହେବ।

ଅର୍ଥ ମନ୍ତ୍ରାଳୟ ମଙ୍ଗଳବାର ଦିନ ଆଶ୍ୱାସନା ଦେଇଛନ୍ତି ଯେ କେନ୍ଦ୍ର କର୍ମଚାରୀ ଓ ପେନ୍ସନଧାରୀଙ୍କ ଅଟକି ରହିଥିବା DA ଏବଂ DR ର ତିନୋଟି କିସ୍ତି ଶୀଘ୍ର ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.