Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ସପ୍ତମ ବେତନ କମିଶନ : ଏହି ରାଜ୍ୟର ୮ ଲକ୍ଷ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି

5/01/2019 at 1:08 PM

ଦିଲ୍ଲୀ ୫/୧ : ମହାରାଷ୍ଟ୍ରରେ ୨୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ପରେ ଏବେ ପଶ୍ଚିମବଙ୍ଗର ୮ ଲକ୍ଷ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ତରଫରୁ ଉପହାର ମିଳିବାକୁ ଯାଉଛି | ପଶ୍ଚିମବଙ୍ଗର ୮ ଲକ୍ଷ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହେବାକୁ ଯାଉଛି | ଏହି କର୍ମଚାରୀଙ୍କୁ ୨୦୧୯ ଜାନୁଆରୀ ୧ ତାରିଖରୁ ବର୍ଦ୍ଧିତ ଦରମା ଲାଗୁ ହେବ | ଏନେଇ ଗତ ଜୁନ ମାସରେ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ | ଚଳିତ ଜାନୁଆରୀ ମାସରୁ ଏହା କାର୍ଯ୍ୟକାରୀ ହେବ |

ସରକାରଙ୍କ ଏହି ନିଷ୍ପତ୍ତିର ଲାଭ କେବଳ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମିଳିବ ନାହିଁ , ବରଂ ସରକାରୀ ଶିକ୍ଷକ ଅନଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ମଧ୍ୟ ମିଳିବ | ଏହି ଦରମା ବୃଦ୍ଧି ମହଙ୍ଗା ଭତ୍ତା ବୃଦ୍ଧି ଠାରୁ ଅଲଗା | ପଶ୍ଚିମବଙ୍ଗ ସରକାର ଜାନୁଆରୀ ୧ ତାରିଖରୁ ମହଙ୍ଗା ଭତ୍ତା ୧୦୦ ପ୍ରତିଶତରୁ ୧୨୫ ପ୍ରତିଶତ ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି |

ସରକାରଙ୍କ ଅର୍ଥ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୦୦ ପ୍ରତିଶତରୁ ୧୨୫ ପ୍ରତିଶତ ବୃଦ୍ଧି ଜାନୁଆରୀ ମାସରୁ କାର୍ଯ୍ୟକାରୀ ହୋଇଛି | ଏଥିରେ ସାମିଲ ଅଛନ୍ତି ରାଜ୍ୟ ସରକାର କର୍ମଚାରୀ, ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ତଥା ସହାୟକ ଶିକ୍ଷକ, ଆଇନଗତ କର୍ମଚାରୀ, ପଂଚାୟତ କର୍ମଚାରୀ, ନଗର ନିଗମ ବା ନଗର ପାଳିକା କର୍ମଚାରୀ |

ଯେଉଁ ସରକାରୀ କର୍ମଚାରୀଙ୍କ ଦରମା ୮୦ ହଜାର ଟଙ୍କା ମଧ୍ୟରେ ରହିଛି ସେମାନେ ଏହି ସୁବିଧାର ଲାଭ ଉଠାଇପାରିବେ | ଅପରପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଜାନୁଆରୀ ମାସ ଶେଷ ଆଡକୁ ସମସ୍ତ କର୍ମଚାରୀଙ୍କ ବକେୟା ଦରମା  ପୈଠ ହୋଇଯିବ | 

   Related Posts