ଛତ୍ରପୁରରେ ୭ମ ଗଞ୍ଜାମ ଜିଲ୍ଲା ସ୍ତରୀୟ କ୍ୟୁରୋଗୀ ଓ ୬ଷ୍ଠ ପୁମସେ ଟାଏକୋଣ୍ଡ ପ୍ରତିଯୋଗିତା

Published By : Prameya-News7 Bureau | May 19, 2019 IST

ଛତ୍ରପୁର ୧୯|୫: ଛତ୍ରପୁରର ରିଡିଂ ରୁମ୍ ପରିସରରେ ରବିବାର ଦିନ ୭ମ ଗଞ୍ଜାମ ଜିଲ୍ଲା ସ୍ତରୀୟ କ୍ୟୁରୋଗୀ ଓ ୬ଷ୍ଠ ପୁମସେ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି। ପୂର୍ବାହ୍ନ ୧୧ଟା ସମୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଓକେସିଏଲ୍ ର ପରିଚାଳନା ନିର୍ଦ୍ଦେଶକ ମନୋରଂଜନ ପୁଥାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।

{"id":113581}

ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘର ସଭାପତି ଶ୍ରୀକାନ୍ତ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ଟାଏକୋଣ୍ଡୋ ସଂଘର କୋଷାଧ୍ୟକ୍ଷ ବ୍ୟୋମକେଶ ଅଭିଳାଷ ପ୍ରସାଦ ଓ ଆନ୍ତର୍ଜାତୀୟ ରେଫରୀ ଅଶୋକ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆନ୍ତର୍ଜାତିକ ରେଫରୀ ତଥା ରାଜ୍ୟ ସହ ସଂପାଦକ ଏବଂ ଗଞ୍ଜାମ ଜିଲ୍ଲା ସଂଘର ସମ୍ପାଦକ କେ. ମନୋଜ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ୧୦ଟି ଏକାଡେମୀର ୧୪୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ମଳୟେନ୍ଦୁ ମହନ୍ତ, ଏମ୍ ଡି ରଂଜନ, ଶ୍ରୀୟା ମହାନ୍ତି ରେଫରୀ ଦାୟିତ୍ବ ତୁଲାଉଛନ୍ତି। ଜନଜ କୁମାର ମହାରଣା, ଏସ୍ ଶୈଳଜା, ଇ ଲଳିତ କୁମାର, ସି.ଏଚ. ପ୍ରସାଦ ନାୟକ, ଅମ୍ବିକା ପ୍ରସାଦ ଦାସ, ବାସୁ ନାୟକ, ଡ଼ି.ମନୋଜ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ଏ.ରାବଣା ରାଓ, ଏସ. ରେଖା ମହାନ୍ତିଙ୍କ ସଂଘର ସମସ୍ତ କର୍ମକର୍ତ୍ତା ଓ ଅଭିଭାବକ ମନେ ପରିଚାଳନା ରେ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାକୁ ଓଡ଼ିଶା ଟାଏକୋଣ୍ଡ ଓ ଗଞ୍ଜାମ ଜିଲ୍ଲା ସଂଘର ମିଳିତ ସହ ଯୋଗାଯୋଗରେ ଛତ୍ରପୁର ଟାଏକୋଣ୍ଡ ଏକାଡେମୀ ଦ୍ବାରା ଆୟୋଜିତ ହୋଇଥିଲା।

{"id":113582}

ଅରମାନ ପାଢ଼ୀଙ୍କୁ ଜାତୀୟ ଏକାଡ଼େମୀରେ ଭାଗ ନେଇଥିବାରୁ ସମ୍ମାନିତ କରାଯାଇଥିଲା । ସେହିପରି ୨୮ ଜଣ ଜାତୀୟ ଖେଳାଳିମାନଙ୍କୁ ସଂଘ ପକ୍ଷରୁ ସିଲ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଶେଷରେ ଗଂଜାମ ଜିଲ୍ଲା ଟାଏକୋଣ୍ଡ ସଂଘର ସମ୍ପାଦକ କେ. ମନୋଜ ପ୍ରଧାନ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

{"id":113583}

ସୂଚନାଯୋଗ୍ୟ ଯେ, କେ.ମନୋଜ ପ୍ରଧାନ ଜଣେ ଉଚ୍ଚ କୋଟିର କ୍ରୀଡ଼ାବିତ ସହ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ରେଫରି ଭାବେ  କାର୍ଯ୍ୟ କରି ଗଂଜାମ ଜିଲ୍ଲା ଓ ଛତ୍ରପୁର ସହର ପାଇଁ ସୁନାମ ଅର୍ଜନ କରିଛନ୍ତି । ଏଥିପାଇଁ ଛତ୍ରପୁର ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.