ଯିଦି କରୁଥିଲା ମୋବାଇଲ୍‌ ଧରିବାକୁ, ହେଲେ ମାଆ ମନା କରିବାରୁ ଘଟାଇ ଦେଲା ଅଭାବନୀୟ କାଣ୍ଡ

Published By : Prameya-News7 Bureau | September 23, 2021 IST

ଆସିକା, ୨୩/୦୯: ମୋବାଇଲ୍‌ ଧରିବାକୁ ତାଗିଦ୍‌ କରୁଥିଲା ମାଆ। ମାଆର ତାଗିଦ୍‌ ଯେ ସବୁଦିନ ପାଇଁ ତାକୁ ପରକରିଦେବ ସେ ଜାଣିନଥିଲା । ସପ୍ତମ ଶ୍ରେଣୀର ଛାତ୍ର ମାଆ ଲୁଗାରେ ଆତ୍ମହତ୍ୟା କରିବା ଭଳି ନିଷ୍ପତ୍ତି ନେଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆସିକା ଥାନା ନଳବଣ୍ଟା ଗ୍ରାମରେ । ମୋବାଇଲ ଧରିବା ପାଇଁ ମାଆ ମନା କରିବାରୁ ଛୋଟ ପୁଅଟି ଆତ୍ମହତ୍ୟା କରିଛି ।

ନଳବଣ୍ଟା ପାଟଣା ସାହିର ତାରାଚରଣ ମହାପାତ୍ରଙ୍କ ଏକ ମାତ୍ର ପୁଅ ଆକାଶ ମହାପାତ୍ର । ମାଆଙ୍କ ତାଗିଦ ପରେ ଘରେ କେହି ନ ଥିବା ସୁଯୋଗ ନେଇ ଆକାଶ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପରେ ପରିବାର ଲୋକେ ତାଙ୍କୁ ଆସିକା ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଆସିକା ପୋଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.