ପୋଲରେ ପିଟି ହେଲା ସ୍କର୍ପିଓ : ୭ ଗୁରୁତର

Published By : Prameya-News7 Bureau | September 09, 2019 IST

ପୁରୀ ୯/୯: କୋଣାର୍କ ଜୁଣେଇ ଛକ ଠାରେ ଥିବା ଏକ ପୋଲରେ ସ୍କର୍ପିଓ ଗାଡି ପିଟି ହୋଇଯାଇଥିଲା ଫଳରେ ୩ମହିଳା ସହିତ ୭ଜଣ ଗୁରୁତର ହୋଇଛନ୍ତି। ଏଥିରେ ଏକ ଶିଶୁ ମଧ୍ୟ ରହିଛିl

{"id":155129}

ସୂଚନା ଅନୁସାରେ ଏକ ସ୍କର୍ପିଓରେ ଏକ ପରିବାର ଢେଙ୍କାନାଳ ଗାନ୍ଧୀ ବଜାରରୁ ପୁରୀ ବୁଲିବାକୁ ଆସିଥିଲେ । କିନ୍ତୁ କୋଣାର୍କ ଜୁଣେଇ ଛକ ଠାରେ ଥିବା ଏକ ପୋଲରେ ଗାଡି ପିଟି ହୋଇ ଯାଇଥିଲା। ଘଟଣାସ୍ଥଳରେ କୋଣାର୍କ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି  ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଗୋପ ମେଡିକାଲ  ଆଣିଥିଲେ।

{"id":155130}

  ପରେ ଡାକ୍ତର ସେମାନଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବାକୁ କହିଥିଲେ। ଏଥିରେ ୩ମହିଳା ସହିତ ୭ଜଣ ଗୁରୁତର ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.