Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପେଟ୍ରୋଲ୍‌ ପମ୍ପ ନିକଟରେ ୭ ଫୁଟ ଲମ୍ବର ଅଜଗର, ଖାଦ୍ୟ ଅନ୍ୱେଷଣ କରି ଜଙ୍ଗଲରୁ ସହର ଅଭିମୁଖେ ଆସିଥିବା ଅନୁମାନ

1/11/2021 at 10:32 PM

ଯାଜପୁର, ୧/୧୧: ଯାଜପୁର ଜିଲ୍ଲା ବ୍ୟାସନଗର ସହରର କେ.ସି ସାହୁ ପେଟ୍ରୋଲ ପମ୍ପ ନିକଟରୁ ୭ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସ୍ଥାନୀୟ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି। ସୂଚନା ମୁତାବକ ଆଜି ସନ୍ଧ୍ୟାରେ କେ.ସି ସାହୁ ପେଟ୍ରୋଲ ପମ୍ପ ନିକଟ ଡ୍ରେନରୁ ଏହି ଅଜଗର ସାପ ବାହାରି ରାସ୍ତା ପାର ହେଉଥିଲା। ସେହି ସମୟରେ ସେପଟେ ଯାଉଥିବା ଲୋକେ ସାପଟିକୁ ଦେଖି ଭୟଭୀତ ହୋଇ ଯାଇଥିଲେ।

ପରେ ତୁରନ୍ତ ସାପଟିକୁ ଧରିବାକୁ ସ୍ନେକ୍ ହେଲ୍ପଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ। ତେବେ ଖବର ପାଇ ସ୍ଥାନୀୟ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ମଣିଭଦ୍ର ମଲିକ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ଏହି ଅଜଗର ସାପଟିର ଲମ୍ବ ପାଖାପାଖି ୭ ଫୁଟ୍ ହୋଇଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ସେ ନିକଟସ୍ଥ ଜଙ୍ଗଲରୁ ସହର ଅଭିମୁଖେ ଚାଲି ଆସିଥିବା କୁହାଯାଉଛି।

   Related Posts