Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଅନଲାଇନ୍ ଡେଟିଂ ସାଇଟ୍‌ର ଚକ୍କରରେ ପଡିଲେ ୭୯ବର୍ଷ ବୟସ୍କ ବ୍ୟକ୍ତି, ଦେଢ କୋଟି ଟଙ୍କାର ଲାଗିଲା ଚୁନା

17/11/2019 at 11:48 AM

ମୁମ୍ବାଇ ୧୭।୧୧: ମୁମ୍ବାଇ ମୁଲୁଣ୍ଡ ଥାନା ଅଞ୍ଚଳରେ ରହୁଥିବା ୭୯ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ୟୁରୋପୀୟ ମହିଳାଙ୍କ ସହ ଡେଟ୍ କରିବା ମହଙ୍ଗା ପଡିଛି । ଏଥିପାଇଁ ତାଙ୍କୁ ୧.୫ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ମୁଲୁଣ୍ଡ ପୋଲିସ ଖୁବ୍ ଶୀଘ୍ର ଏହି ଘଟଣାରେ ମାମଲା ରୁଜୁ କରିବ । ପୋଲିର ସୂଚନା ଅନୁସାରେ ପୀଡିତ ଜଣଙ୍କ ଜଣେ ଅବସରପ୍ରାପ୍ତ ଇଂଜିନିୟର । ବ୍ୟକ୍ତି ଜଣଙ୍କ ଜଣେ ୟୁରୋପୀୟ ମହିଳାଙ୍କ ପାଇଁ ନିଜ ପତ୍ନୀଙ୍କ ୧.୫ କୋଟିର ସୁନାଗହଣା ବିକ୍ରି କରିଦେଇଛନ୍ତି । ଆହୁରି ମଧ୍ୟ ସେ ମୁଲୁଣ୍ଡରେ ଥିବା ନିଜ ଫ୍ଲାଟ୍ ବିକ୍ରି କରିବାକୁ ଯାଉଥିଲେ ମାତ୍ର ଆମେରିକାରେ ରହୁଥିବା ତାଙ୍କ ପୁଅ ତାଙ୍କୁ ଅଟକାଇଦେଇଥିଲେ ।

ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ଡେଟିଂ ସାଇଟ୍ ରେ ଜଣେ ସ୍ପେନିଶ ମହିଳାଙ୍କ ପ୍ରେମରେ ପଡିଯାଇଥିଲେ । ମହିଳା ଜଣଙ୍କ ବିବିୟନ ଲୋବେ ନାଁରେ ତାଙ୍କ ପରିଚୟ ଦେଇଥିଲେ । ମହିଳା ଜଣଙ୍କ ତାଙ୍କୁ କହିଥିଲେ ଯେ, ସେ ତାଙ୍କ ପାଇଁ ଗହଣା ଥିବା ପାର୍ସଲ ପଠାଇଛନ୍ତି । ମାତ୍ର ବ୍ୟକ୍ତି ଜଣଙ୍କ ଯେତେବେଳେ ତାହାକୁ ନେବାକୁ ମନାକରିଦେଇଥିଲେ ସେତେବେଳେ ମହିଳା ଜଣଙ୍କ ସେସବୁକୁ ଅନାଥଶ୍ରମରେ ଦାନ କରିବାକୁ କହିଥିଲେ ।

ଏହାର କିଛି ଦିନ ପରେ ତାଙ୍କ ପାଖକୁ ନିଜକୁ କଷ୍ଟମ ଅଧିକାରୀ କହି ରାଧିକା ଶର୍ମା ନାମକ ଜଣେ ମହିଳା ଫୋନ୍ କରିଥିଲେ ଏବଂ ସେହି ପାର୍ସଲ ଉପରେ କଷ୍ଟମ ଡ୍ୟୁଟି ଦେବାକୁ କହିଥିଲେ । ବ୍ୟକ୍ତି ଜଣଙ୍କ ତାହା ମଧ୍ୟ ଦେଇଦେଇଥିଲେ । ପୁଣି ସପ୍ତାହ ପରେ ମହିଳା ଜଣଙ୍କ ତାଙ୍କୁ ଫୋନ୍ କରିଥିଲେ ଏବଂ କହିଥିଲେ ଦିଲ୍ଲୀ ଏୟାରପୋର୍ଟରେ ତାଙ୍କୁ କଷ୍ଟମ ବିଭାଗ ଅଧିକାରୀମାନେ ଅଟକାଇ ଦେଇଛନ୍ତି । ତାଙ୍କୁ ୩୦ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ବ୍ୟକ୍ତି ଜଣଙ୍କ ୩୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ଏହିଭଳି ମହିଳା ଜଣଙ୍କ ତାଙ୍କୁ ବାରମ୍ବାର ଟଙ୍କା ପାଇଁ କହୁଥିଲେ । ବ୍ୟକ୍ତି ଜଣଙ୍କ ତାଙ୍କୁ ଟଙ୍କା ଦେବା ପାଇଁ ନିଜ ପତ୍ନୀଙ୍କର ୧.୫ କୋଟିର ସୁନାଗହଣା ବିକ୍ରି କରିଦେଇଥିଲେ । ଏପରିକି ତାଙ୍କ ଫ୍ଲାଟ୍ ବିକିବାକୁ ମଧ୍ୟ ଯୋଜନା କରିଥିଲେ । ମାତ୍ର ଏହା କରିବାରୁ ତାଙ୍କ ପୁଅ ତାଙ୍କୁ ଅଟକାଇଦେଇଥିଲା । ପରେ ଖବର ଜଣାପଡିବା ପରେ ମହିଳା ଜଣଙ୍କ ତାଙ୍କୁ ଏଭଳି ଫସାଉଥିବା କଥା ସାମ୍ନାକୁ ଆସିଥିଲା । ପରେ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତି ।

   Related Posts