ବିଜେପୁରରେ ୭୯.୧୭ ପ୍ରତିଶତ ଭୋଟିଂ, ୨୪ରେ ଗଣତି : ସିଇଓ

Published By : Prameya-News7 Bureau | October 22, 2019 IST

ଭୁବନେଶ୍ବର ୨୨।୧୦: ବିଜେପୁର ଉପନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା ୨୪ତାରିଖରେ ଭୋଟ୍ ଗଣତି ହେବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ୧୪ଟି ଟେବୁଲରେ ଭୋଟ୍ ଗଣତି କରାଯିବ । ପ୍ରତି ଟେବୁଲରେ ୪ ଜଣ ରହିବେ । ଗଣତି ପାଇଁ ମିଡ଼ିଆ ସେଣ୍ଟର ମଧ୍ୟ ରହିବ ।ଭୋଟ୍ ଗଣତି ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।

ବିଜେପୁର ଉପ ନିର୍ବାଚନରେ ୭୯.୧୭ ପ୍ରତିଶତ ଭୋଟିଂ ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ମାଓ ଉପଦ୍ରୁତ ଅଞ୍ଚଳରେ ସାଧାରଣ ଭୋଟିଂ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ହୋଇଛି । ଏନେଇ ସିଇଓ ସୁଶୀଲ ଲୋହାନୀ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି । କୌଣସି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ୭୯ ପ୍ରତିଶତ ମତଦାନ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.