Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

୭୮ ତମ ଶହୀଦ ଦିବସ ପାଳିତ, ଶହୀଦଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ୍ ଅନର୍ ପ୍ରଦାନ

22/09/2020 at 1:18 PM

ଭଦ୍ରକ ୨୨/୦୯ : ଶହୀଦ ସ୍ମୃତି ରକ୍ଷା କମିଟି ତରଫରୁ ୭୮ ତମ ଶହୀଦ ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶହୀଦନଗର ଲୁଣିଆ ସ୍ଥିତ ଶହୀଦ ସ୍ମୃତି ସ୍ତମ୍ବ ନିକଟରେ ଶହୀଦ ଦିବସ ପାଳିତ ହୋଇଛି । ଜିଲ୍ଲା ପୋଲିସ ତରଫରୁ ଶହୀଦ ସ୍ତମ୍ବ ନିକଟରେ ଶହୀଦଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

ଏଠାରେ ସଂଗ୍ରାମୀ ସର୍ଦ୍ଦାର ମୁରଲୀଧର ପଣ୍ଡାଙ୍କ ନେତୃତ୍ଵରେ ୯ ଜଣ ଶହୀଦ ହୋଇଥିଲେ । ତେବେ ସହିଦଙ୍କ ଉଦ୍ଦେଶ୍ୟରେ ଧାମନଗରର ବିଧାୟକ ତଥା ବିରୋଧିଦଳ ଉପନେତା ବିଷ୍ଣୁ ସେଠୀ ତିଳ ତର୍ପଣ କରିଥିଲେ । ପରେ ଶହୀଦଙ୍କ ପ୍ରତିମୂର୍ତ୍ତି ଓ ସହିଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ପରେ ଏକ ସଭା ରେ ଶହୀଦଙ୍କ ଉଦ୍ଦେଶ୍ୟରେ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଉନ୍ମୋଚିତ ପୁସ୍ତକର ନାମ ଶହୀଦ ସ୍ପନ୍ଦନ ରହିଛି । ପରେ କଂଗ୍ରେସ ନେତାମାନେ ମଧ୍ୟ ଶହୀଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

   Related Posts