ଅଂଶୁଘାତରେ ୭୮ ଜଣଙ୍କ ମୃତ୍ୟୁ : ଗଛ କାଟିଲେ ରୁଜ୍ଜୁ ହେବ ଅପରାଧିକ ମାମଲା

Published By : Prameya-News7 Bureau | June 18, 2019 IST

ପାଟଣା ୧୮/୬ : ବିହାରରେ ଭୀଷଣ ଖରା ଓ ଗରମ ଯୋଗୁଁ ରାଜ୍ୟ ସରକାର ସମସ୍ତ ସ୍କୁଲ କଲେଜକୁ ଜୁନ ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଗୟା ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ସକାଳ ୧୧ଟା ରୁ ଅପରାହ୍ନ ୪ଟା ଯାଏଁ ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦେଶ ଦିଆଯାଇଛି । ସରକାରୀ କିମ୍ବା ବେସରକାରୀ ନିର୍ମାଣ କାର୍ଯ୍ୟ ପାଇଁ କୌଣସି ଶ୍ରମିକଙ୍କୁ ଖରାରେ କାମ କରିବାକୁ ଅନୁମତି ଦିଆଯାଇନାହିଁ । ଏହାସହ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ବା ସଭା ଆୟୋଜନ ମଧ୍ୟ କରାଯାଇପାରି ନାହିଁ ବୋଲି ନିର୍ଦେଶ ଦିଆଯାଇଛି ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୭୮କୁ ପହଂଚିଲାଣି । ଔରଙ୍ଗବାଦ ଜିଲ୍ଲାର ୩୩ ଜଣ, ଗୟାର ୩୧ ଜଣ ଏବଂ ନାବେଡ଼ାର ୧୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

{"id":124402}

ସୋମବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏ ସମ୍ପର୍କରେ ସମୀକ୍ଷା କରି ନିର୍ଦେଶ ଜାରି କରିଛନ୍ତି । ବିହାର ଶିକ୍ଷା ପରିଯୋଜନା ପରିଷଦ ତରଫରୁ ରାଜ୍ୟର ଡ଼ିଏମ ଏବଂ ଡିଇଓଙ୍କୁ ଏକ ଚିଠି ପଠାଯାଇଛି । ସମସ୍ତ ସ୍କୁଲକୁ ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ କୁହାଯାଇଛି । ଉଚ୍ଚ ମାଧ୍ୟମିକ ସ୍ଥରୀୟ ସ୍କୁଲ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ମର୍ନିଙ୍ଗ ସିଫ୍ଟ କରିବାକୁ ନିର୍ଦେଶ ଦିଆଯାଇଛି ।

{"id":124403,"width":578,"height":383}

ସୂଚନାଯୋଗ୍ୟ ଯେ, ବିହାରରେ ପାଟଣା ଏବଂ ସମସ୍ତ ସହରର ପ୍ରଦୂଷଣକୁ ଦୃଷ୍ଟିରେ ରଖି ଗଛ କାଟିବା ବାରଣ କରାଯାଇଛି । ସରକାରୀ ଯୋଜନା ଅନୁଯାୟୀ ବୃକ୍ଷ କଟାକୁ ମଧ୍ୟ ବାରଣ କରାଯିବ । ଗଛ ସମ୍ପୂର୍ଣ ନ କାଟି ତାକୁ ଅଲଗା ଜାଗାକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଉପରେ ଜୋର ଦିଆଯିବ ବୋଲି ପ୍ରଶାସନ କହିଛି । ମୁଖ୍ୟ ସଚିବ ଦୀପକ କୁମାର ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଗଛ କଟାକୁ ସମ୍ପୂର୍ଣ ରୂପେ ବାରଣ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.