Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଲକ୍‌ଡାଉନ୍‌ର ପ୍ରଭାବ: ୭-୮ ଲକ୍ଷ କୋଟି ଟଙ୍କା କ୍ଷତି ସହିବ ଭାରତୀୟ ଅର୍ଥବ୍ୟବସ୍ଥା !

13/04/2020 at 9:53 PM

ନୂଆଦିଲ୍ଲୀ ୧୩।୦୪: ଦେଶରେ କରୋନା ଭାଇରସ୍‌ର ମୁକାବିଲା ପାଇଁ ଲାଗୁ ୨୧ ଦିନିଆ ରାଷ୍ଟ୍ରବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ଅର୍ଥବ୍ୟବସ୍ଥା ଉପରେ ୭-୮  ଲକ୍ଷ କୋଟି ଟଙ୍କାର ପ୍ରଭାବ ପଡିପାରେ।  ବିଶ୍ଳେଷକ ଓ ଉଦ୍ୟୋଗ ମଣ୍ଡଳ ଏହି ଅନୁମାନ କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ସମଗ୍ର ଦେଶରେ ଅଧିକାଂଶ କାରଖାନା ଓ ବ୍ୟବସାୟ ଠପ୍ ପଡିଛି। ଉଡାଣ ନିଲମ୍ବିତ ଅଛି, ଟ୍ରେନ ସଞ୍ଚାଳନ ବନ୍ଦ ଓ ଯାତାୟତ ଉପରେ ପୂର୍ଣ୍ଣ ପ୍ରତିବନ୍ଧ ଲାଗୁ ହୋଇଛି।

ଲକ୍‌ଡାଉନ୍ ଫଳରେ ୭୦ ପ୍ରତିଶତ ଆର୍ଥିକ ଗତିବିଧି, ନିବେଶ, ରପ୍ତାନୀ ଓ ଜରୁରୀ ବସ୍ତୁକୁ ଛାଡି ଅନ୍ୟ ଉତ୍ପାଦନ ଥମି ଯାଇଛି। କେବଳ କୃଷି, ଖନନ, ଉପଯୋଗୀ ସେବା, କିଛି ବିତ୍ତୀୟ ଓ ଆଇଟି ସେବା ତଥା ଜନସେବାକୁ ହିଁ କାମ କରିବାକୁ ଅନୁମତି ମିଳିଛି। ବାକି ସବୁ ବନ୍ଦ ରହିଛି।

ସଂଗଠନ କହିଛି ଯେ, ଦେଶବ୍ୟାପୀ  ବନ୍ଦରେ ଅର୍ଥବ୍ୟବସ୍ଥାକୁ ୭-୮ ଲକ୍ଷ କୋଟି ଟଙ୍କାର କ୍ଷତି ହେବାର ଆଶଙ୍କା ରହିଛି। ଚଳିତ ମାସର ପ୍ରାରମ୍ଭରେ ଏକ୍ୟୁଟ୍ ରେଟିଙ୍ଗ୍ସ ଆଣ୍ଡ ରିସର୍ଚ୍ଚ ଲି. ଅନୁମାନ କରିଥିଲା ଯେ, ଭାରତୀୟ ଅର୍ଥବ୍ୟବସ୍ଥାକୁ ୨୧ ଦିନ ବନ୍ଦ ସମୟରେ ପ୍ରତି ଦିନ ପ୍ରାୟ ୪.୬୪ ଅରବ ଡଲାର(୩୫ ହଜାର କୋଟି ଟଙ୍କାରୁ ଅଧିକ) କ୍ଷତି ହେଉଛି। ଏହି ପରି କରୋନା ପ୍ରତିରୋଧ ସମୟରେ ସକଳ ଘରୋଇ ଉତ୍ପାଦ(ଜିଡିପି)ର ୯୮ ଅରବ ଡଲାର(୭.୫ ଲକ୍ଷ କୋଟି ଟଙ୍କା)ର କ୍ଷତି ହେବ।

ସଂଗଠନ ଅନୁଯାୟୀ ଟ୍ରକ ପରିବହନର ୧  ଲକ୍ଷ କୋଟି ଟଙ୍କା କ୍ଷତି ଘଟିବ। ପ୍ରତି ଦିନ ହିସାବରେ ଟ୍ରକର ୨୨୦୦ କୋଟି ଟଙ୍କା କ୍ଷତି ଆଧାରରେ ଟ୍ରକ ପରିବହନ ସେବା ବ୍ୟବସାୟରେ ପ୍ରଥମ ୧୫ ଦିନରେ କ୍ଷତି ପ୍ରାୟ ୩୫ ହଜାର ୨୦୦ କୋଟି ଟଙ୍କାରେ ପହଞ୍ଚିଛି।  ଏହି ପରି ଖୁଚୁରା କାରବାରରେ ୨ ଲକ୍ଷ କୋଟି ଟଙ୍କାର ଘାଟା ହେବ।

   Related Posts