ନୀଳଗିରି ଉପଖଣ୍ଡରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ, ଦୁଇଟି ଗାଁ କଣ୍ଟେନମେଣ୍ଟ ଜୋନ ଘୋଷଣା

Published By : Prameya-News7 Bureau | September 20, 2020 IST

ନୀଳଗିରି,୨୦/୦୯: ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଔପଦା ବ୍ଲକ ଈଶ୍ୱରପୁର ପଂଚାୟତ ଅଧିନ ହରେକୃଷ୍ଣପୁର ଓ ମର୍ଦରାଜପୁର ଗ୍ରାମରେ ୫ ଜଣ କରୋନା ଚିହ୍ନଟ ପରେ ଅଂଚଳରେ ଆତଙ୍କ ଖେଳିଯାଇଥିଲା। ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟାକଟ ଟ୍ରାସିଂ କରାଯାଉଥିବା ବେଳେ ସଂକ୍ରମଣକୁ ଆଖି ଆଗରେ ରଖି ଏହି ଦୁଇ ଗାଁକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଯୋନ ଘୋଷଣା କରିଛନ୍ତି।

ପାର୍ବତୀ ବିନ୍ଧାଣି ଘର ନିକଟ,ମର୍ଦରାଜପୁର ପଡିଆ ନିକଟ ପ୍ରବେଶପଥ, ସମେତ ଗାଁରେ ଥିବା ଏମପି ଇଟାଭାଟି ନିକଟରେ ଆସନ୍ତା ୨୮ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି। ଗାଁକୁ ସାନିଟାଇଜ କରିବା ସହ ଶାନ୍ତିଶୃଙ୍ଖଳା ବଜାଇ ରଖିବା ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀ ନିୟୋଜିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.