କରୋନାରୁ ସୁସ୍ଥ ହେଲେଣି ୨୦ ହଜାର, ଆଜି ଦିନରେ ଭଲ ହେଲେ ୭୭୨

Published By : Prameya-News7 Bureau | July 31, 2020 IST

ଭୁବନେଶ୍ଵର ୩୧।୦୭: ରାଜ୍ୟରେ ବନ୍ଧବାଡ ମାନୁନାହିଁ କରୋନା ସଂକ୍ରମଣ। ରାଜ୍ୟରେ ବର୍ତ୍ତମାନ ବିନା ବ୍ରେକରେ ମାଡି ଚାଲିଛି କରୋନା ସଂକ୍ରମଣ। ଆଜି ଦିନରେ ଓଡିଶାରେ ଦ୍ଵିତୀୟ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଆଶ୍ଵସ୍ତିକର ବିଷୟ ଆକ୍ରାନ୍ତଙ୍କ ସହ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ରାଜ୍ୟରେ ସୁସ୍ଥ ସଂଖ୍ୟା ୨୦ ହଜାର ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୭୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୨୦୫୧୭କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍‌ ଜରିଆରେ ଶୁକ୍ରବାର ଏହାର ସୂଚନା ଦିଆଯାଇଛି।

ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ ଗଞ୍ଜାମରୁ ସର୍ବାଧିକ ୨୧୨ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି କଟକରୁ ୧୧୬, ଖୋର୍ଦ୍ଧାରୁ ୮୧, କେନ୍ଦୁଝରରୁ ୬୮, କୋରାପୁଟରୁ ୪୧, ରାୟଗଡାରୁ ୩୧, ଗଜପତିରୁ ୨୭, ସୁନ୍ଦରଗଡରୁ ୨୪, ଯାଜପୁରରୁ ୨୧, କଳାହାଣ୍ଡିରୁ ୨୦ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

wp:html /wp:html wp:html /wp:html wp:html /wp:html

ସେହି ପରି ନବରଙ୍ଗପୁରରୁ ୧୯, ମୟୂରଭଞ୍ଜରୁ ୧୮, କନ୍ଧମାଳରୁ ୧୪, ମାଲକାନଗିରିରୁ ୧୨, ସମ୍ବଲପୁରରୁ ୧୧ କରୋନାରୁ ମୁକ୍ତ ହୋଇଛନ୍ତି। ଭଦ୍ରକ, କେନ୍ଦ୍ରାପଡା ଓ ପୁରୀରୁ ୧୦ ଲେଖାଏଁ, ବରଗଡରୁ ୬, ବଲାଙ୍ଗିରରୁ ୫, ବାଲେଶ୍ଵରରୁ ୪, ବୌଦ୍ଧ, ଜଗତସିଂହପୁର ଓ ଝାରସୁଗୁଡାରୁ ୩ ଜଣ ଲେଖାଏଁ, ଅନୁଗୁଳ, ନୟାଗଡ ଓ ସୋନପୁରରୁ ଜଣେ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୭୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପରେ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୦ ହଜାର ଟପି ୨୦,୫୧୭ରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ଦ୍ଵିତୀୟ ସର୍ବାଧିକ ୧୪୯୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୩୧୮୭୭ରେ ପହଞ୍ଚିଛି। ସେହି ଭଳି ଆଜି ଏହି ମହାମାରୀରେ ଆଉ ୮ ଜଣଙ୍କ ମୃତ୍ୟୁ  ଘଟିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୭କୁ ବୃଦ୍ଧି ଘଟିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.