୭୭ ବର୍ଷ ବୟସରେ ଦ୍ୱିତୀୟବାର IPO ଜ୍ୟାକପଟ୍ ହିଟ୍ କରିଛନ୍ତି ଅଶୋକ ସୋଟା

Published By : Prameya-News7 Bureau | September 11, 2020 IST

ବେଙ୍ଗାଲୁରୁ : ଆଇଟି ସର୍ଭିସେସ୍‌ କମ୍ପାନୀ ହ୍ୟାପିଏଷ୍ଟ ମାଇଣ୍ଡସ୍‌ ଙ୍କ ୭୦୦ କୋଟି ଟଙ୍କାର ଆଇପିଓକୁ ୧୫୦ ଗୁଣାରୁ ବି ଅଧିକ ବୋଲି ମିଳିଛି।  ଫଳରେ ଏହାର ସଂସ୍ଥାପକ ଅଶୋକ ସୋଟା ୭୭ ବର୍ଷ ବୟସରେ ୧୩ ବର୍ଷ ପୂର୍ବେ ପାଇଥିବା ସଫଳତାକୁ ପୁଣି ଥରେ ଦୋହରାଇଛନ୍ତି। ୨୦୦୭ ମସିହାରେ ତାଙ୍କ କମ୍ପାନୀ ମାଇଣ୍ଡ ଟ୍ରି ଆଇପିଓକୁ ୧୦୩ ଗୁଣରୁ ବି ଅଧିକ ଦର ମିଳିଥିଲା।

ତେବେ ଆଇପିଓ ନେଇ ସୋଟା ଏକ ପ୍ରମୁଖ ଗଣମାଧ୍ୟମ ସହ କରିଥିବା ଆଲୋଚନାରେ ଲୋକେ ଭାବୁଥିଲେ ଲକଡାଉନ କାଳରେ ଆଇପିଓ ଆଣିବା ପାଗଳାମୀ। ହେଲେ ଆମ ବ୍ୟବସାୟର ପ୍ରକୃତିକୁ ଦେଖି ଏହାହିଁ ଆଇପିଓ ଲାଗି ପ୍ରକୃଷ୍ଟ ସମୟ ବୋଲି କହିଥିଲି ଓ ତାହା ପୁଣି ଥରେ ପ୍ରମାଣିତ ହୋଇଛି ବୋଲି କହିଛନ୍ତି। କୋଭିଡ-୧୯ ଓ କରୋନା ଭାଇରସ ଲକଡାଉନ୍ ତାଙ୍କର ୭୬ ପ୍ରତିଶତ ରେଭିନ୍ୟୁ ଉପରେ କୌଣସି ପ୍ରଭାବ ପକାଇ ନାହିଁ। ଏଥିରେ ଅଧାରୁ ଅଧିକ ରେଭିନ୍ୟୁ ଆଡ ଟେକ୍‌ ଓ ହାଇଟେକ୍‌ ସେକ୍ଟରରୁ ଆସିଥାଏ। ଏଣୁ କୋଭିଡ  ତାଙ୍କ ବ୍ୟବସାୟକୁ କୌଣସି ପ୍ରକାର ପ୍ରଭାବିତ କରିପାରିନଥିବା ସୋଟା କହିଛନ୍ତି।

ତାଙ୍କ କମ୍ପାନୀ ଡିଜିଟାଲ ସେବା ଉପରେ ଗୁରୁତ୍ୱ ଦେଇଥାଏ ଏଣୁ ଅନ୍ୟ ଆଇଟି କମ୍ପାନୀଙ୍କ ଠାରୁ ଏହା ପୃଥକ। କେବଳ ଏହି କାରଣ ଯୋଗୁ ହ୍ୟାପିଏଷ୍ଟ ମାଇଣ୍ଡସ୍‌ ଗତ ୩ ବର୍ଷ ହେଲା ବାର୍ଷିକ ୨୧ ପ୍ରତିଶତ ହାରରେ ଅଭିବୃଦ୍ଧି କରିଚାଲିଛି। ହେଲେ ଏହି ସମୟରେ ଦେଶର ଆଇଟି ଇଣ୍ଡଷ୍ଟ୍ରିଙ୍କ ଗ୍ରୋଥ ୮ରୁ ୧୦ ପ୍ରତିଶତରେ ଅଟକି ଯାଇଛି।

ସୋଟା ଆଇଆଇଟି ରୁରକିରୁ ଇଞ୍ଜିନିୟରିଂ ଉତୀର୍ଣ୍ଣ ହୋଇଥିଲେ ଓ ଶ୍ରୀରାମ ରେଫ୍ରିଜେରେସନରେ ଚାକିରୀ କରୁଥିଲେ। ୧୯୮୫ ମସିହାରେ ଅଜିମ ପ୍ରେମଜି ତାଙ୍କ ଆଇଟି କମ୍ପାନୀ ୱିପ୍ରୋକୁ  ସୋଟାଙ୍କ ଦାୟିତ୍ୱରେ ଦେଇଥିଲେ। ପରବର୍ତ୍ତି ୧୪ ବର୍ଷ ପର୍ଯ୍ୟନ୍ତ ସୋଟା ୱିପ୍ରୋର ଚେହେରା ହୋଇଯାଇଥିବା ବେଳେ ଭାଇସପ୍ରେସିଡେଣ୍ଟ ପଦବୀ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ। ୧୯୯୯ରେ ୧୦ ଜଣ ବନ୍ଧୁଙ୍କ ସହ ମିସି ମାଇଣ୍ଡ ଟ୍ରିର ସ୍ଥାପନା କରିଥିଲେ ସୋଟା। ୨୦୦୭ ମସିହାରେ ତାଙ୍କ କମ୍ପାନୀର ଆଇପିଓ ଉତ୍ସାହଜନକ ଭାବେ ସଫଳ ହୋଇଥିଲା। ତେବେ ସୋଟା ପରେ ନିଜକୁ ମାଇଣ୍ଡ ଟ୍ରିରୁ ପୃଥକ କରିନେଇଥିବା ବେଳେ ୨୦୧୧ ମସିହାରେ ୬୮ ବର୍ଷ ବୟସରେ ହ୍ୟାପିଏଷ୍ଟ ମାଇଣ୍ଡର ସ୍ଥାପନା କରିଥିଲେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.