Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚଳିତଥର ସଂସଦକୁ ଯିବେ ୭୬ ମହିଳା ସାଂସଦ, ସବୁଠୁ ଅଧିକ ମହିଳାଙ୍କୁ ଟିକେଟ୍ ଦେଇଥିଲା ବିଜେଡି

ନୂଆଦିଲ୍ଲୀ ୨୫|୫: ଚଳିତ ଥରର ଲୋକସଭା ନିର୍ବାଚନରେ ବିଜେପି ବାଜିମାତ୍ କରିଛି । ଅନ୍ୟପଟେ ଅନ୍ୟ କୌଣସି ଦଳ ପାଖରେ ଏତେ ସଂଖ୍ୟାରେ ସିଟ୍ ନାହାଁ ଯେ, ଲୋକସଭାରେ ବିରୋଧୀ ଦଳ ନେତାର ପଦବୀ ପାଇପାରିବେ । ଏହାସହ ହିଁ ଚଳିତ ଥର ଲୋକସଭାରେ ସବୁଠୁ ଅଧିକ ୭୬ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଚଳିତ ଥର ଓଡିଶା ଏବଂ ପଶ୍ଚିମବଙ୍ଗରେ ସବୁଠୁ ଅଧିକ ମହିଳା ସଂସଦକୁ ଯିବେ । ଏଥିରେ ଓଡିଶା ପ୍ରଥମରେ ଥିବାବେଳେ ପଶ୍ଚିମବଙ୍ଗ ଦ୍ବିତୀୟରେ ରହିଛି । ଓଡିଶାର ବିଜୁ ଜନତା ଦଳ ୪୧ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଇଥିବାବେଳେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ୩୩ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଇଥିଲା । ବିଜେଡି ୨୧ ଲୋକସଭା ଆସନରୁ ୭ଟି ଆସନରେ ମହିଳାଙ୍କୁ ଟିକେଟ୍ ଦେଇଥିଲା । ସେଥିମଧ୍ୟରୁ ୫ଟି ଆସନରେ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏଥିସହ ବିଜେପିର ୨ ମହିଳା ପ୍ରାର୍ଥୀ ମଧ୍ୟ ଜିତିଛନ୍ତି ।

ସେହିଭଳି ପଶ୍ଚିମବଙ୍ଗରେ ୪୨ ଲୋକସଭା ଆସନ ମଧ୍ୟରୁ ୧୪ଟି ଆସନରେ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏଥିମଧ୍ୟରୁ ୧୧ଜଣ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ହୋଇଥିବାବେଳେ ୩ଜଣ ବିଜେପି ପ୍ରାର୍ଥୀ ରହିଛନ୍ତି । ଟିଏମସି ଏଠାରେ ୧୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ।

ସେହିଭଳି ଉତ୍ତରପ୍ରଦେଶରେୁ ୧୦, ଆନ୍ଧ୍ରପ୍ରଦେଶରୁ ୪, ଝାଡଖଣ୍ଡରୁ ୨, ପଞ୍ଜାବରୁ ୨, ତାମିଲନାଡୁରୁ ୩, ରାଜସ୍ଥାନରୁ ୩, ଛତିଶଗଡରୁ ୩, ବିହାରରୁ ୪, ମଧ୍ୟପ୍ରଦେଶରୁ ୫, ଗୁଜୁରାଟରୁ ୫, ମହାରାଷ୍ଟ୍ରରୁ ୫, ଚଣ୍ଡିଗଡରୁ ଜଣେ ଏବଂ ନୂଆଦିଲ୍ଲୀରୁ ଜଣେ ମହିଳା ବିଜୟୀ ହୋଇଛନ୍ତି ।

ଦେଶ ସ୍ବାଧିନ ହେବା ପରେ ହିଁ ମହିଳା ମାନେ ନିର୍ବାଚନରେ ଅଂଶଗ୍ରହଣ କରିବା ଆରମ୍ଭ କରିଦେଇଥିଲେ । ପ୍ରଥମ ଥର ଲୋକସଭା ନିର୍ବାଚନରେ ୨୨ମହିଳା ବିଜୟୀ ହୋଇ ସଂସଦ ଯାଇଥିଲେ । ମାତ୍ର ୧୯୭୭ ମସିହାରେ ସବୁଠୁ କମ୍ ମାତ୍ର ୧୯ଜଣ ବିଜୟୀ ହୋଇଥିଲେ । ଗତ ୨୦୧୪ ନିର୍ବାଚନରେ ୬୨ଜଣ ମହିଳା ବିଜୟୀ ହୋଇ ସଂସଦ ଯାଇଥିଲେ ।

138 Views

   ସମ୍ବନ୍ଧିତ ଖବର