Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଗଞ୍ଜାମ ଜିଲ୍ଲାରେ ୭୬ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୩୧ ଛୁଇଁଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

24/06/2020 at 9:04 AM

ବ୍ରହ୍ମପୁର ୨୪।୦୬: ସାରାରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଏହି ପ୍ରରିପେକ୍ଷୀରେ ଆଜି ଗଞାମ ଜିଲ୍ଲାରେ ୭୬ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ପାର ହୋଇଛି । ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୧ରେ ପହଞ୍ଚିଥିବା ବେଳେ ୬୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାର ୮ ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି କରୋନାରେ ୩୪୩ ଜଣ ଆକ୍ଟିଭ୍ ତେସ୍‌ ରହିଛି ।

ତେବେ ଆଜି ଚିହ୍ନଟ ହୋଇଥିବା ୭୬ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ କୋରନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି । ଆଜି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଜଣାଇଛନ୍ତି । ସେଥିମଧ୍ୟରୁ କରୋନା ଯୋଦ୍ଧା ୬ ଜଣ ହୋଇଥିବା ବେଳେ ଅନ୍ୟ ୧୧ ଜଣ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।

   Related Posts