ନିରାଡମ୍ବର ପାଳିତ ହେଲା ହିରୋସୀମା-ନାଗାସାକୀ ଦିବସ, ୭୫ ବର୍ଷ ପୂର୍ବେ ଆଜିର ଦିନରେ ପରମାଣୁ ଆକ୍ରମଣ କରିଥିଲା ଆମେରିକା

Published By : Prameya-News7 Bureau | August 09, 2020 IST

ଟୋକିଓ ୯।୮:  ଜାପାନର ନାଗାସାକୀ ସହର ଉପରେ ଆମେରିକାର ପରମାଣୁ ଆକ୍ରମଣର ୭୫ତମ ବାର୍ଷିକ ରବିବାର ନିରାଡମ୍ବର ପାଳିତ ହୋଇଛି। ଏଥିଲାଗି ଆୟୋଜିତ ଉତ୍ସବରେ ସହରର ମେୟର ଓ ପରମାଣୁ ବିସ୍ଫୋରଣରେ ଜୀବିତ ଲୋକେ ଯୋଗଦେଇଥିଲେ।  କାର୍ଯ୍ୟକ୍ରମରେ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ବିଶ୍ୱ ସମୂଦାୟଙ୍କୁ ନାଭିକୀୟ ଅସ୍ତ୍ରଶସ୍ତ୍ରର ଉତ୍ପାଦନ ଓ ପ୍ରୟୋଗ ପ୍ରତିବନ୍ଧିତ କରିବା ଲାଗି କର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ନିବେଦନ କରିଛନ୍ତି।

{"id":312085,"sizeSlug":"large"}

୭୫ ବର୍ଷ ପୂର୍ବେ ୯ ଅଗଷ୍ଟ ୧୯୪୫ ସକାଳ ୧୧ଟା ବେଳେ ଆମେରିକୀୟ ବୋମାବର୍ଷି ବିମାନରୁ ନାଗାସାକୀ ସହର ଉପରେ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା। ସାଢେ ୪ଟନ ଓଜନର ଏହି ବୋମାରେ ପ୍ଲୁଟୋନିୟମ ଭରାଯାଇଥିଲା ଯାହାର କୋଡନେମ୍‌ ରଖାଯାଇଥିଲା ‘ଫ୍ୟାଟ୍‌ ମ୍ୟାନ୍’। ଆମେରିକାର ଏହି ପରମାଣୁ ଆକ୍ରମଣର ମାତ୍ର ନିମିଷେକରେ ନାଗାସାକୀ ସହରର ୭୦ ହଜାର ଲୋକେ ପ୍ରାଣ ହରାଇଥିଲେ। ଏହାର ଠିକ୍ ୩ ଦିନ ପୂର୍ବରୁ ଆମେରିକା ହିରୋସୀମା ସହର ଉପରେ ବିଶ୍ୱର ପ୍ରଥମ ପରମାଣୁ ଆକ୍ରମଣ କରିଥିଲା।

{"id":312086,"sizeSlug":"large"}

 ଆମେରକାର ଦ୍ୱିତୀୟ ପରମାଣୁ ଆକ୍ରମଣର ମାତ୍ର ୬ ଦିନ ପରେ ଅର୍ଥାତ ଅଗଷ୍ଟ ୧୫ ତାରିଖ ଦିନ ଜାପାନ ଯୁଦ୍ଧରେ ଆତ୍ମସମର୍ପଣ କରିଦେଇଥିଲା। ଫଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସମାପ୍ତି ହୋଇଥିଲା। ନାଗାସାକୀ ପିସ୍‌ ପାର୍କରେ ଅନୁଷ୍ଠିତ ପରମାଣୁ ଆକ୍ରମଣର ୭୫ତମ ବାର୍ଷିକରେ ଚଳିତବର୍ଷ ଖୁବ୍ କମ୍‌ ଲୋକେ ଯୋଗଦେଇଥିଲେ। କୋଭିଡ-୧୯ ସଂକ୍ରମଣ ଜାପାନରେ ଏବେ ଉଗ୍ର ହେବାରେ ଲାଗିଛି ଏଣୁ ସମ୍ପୂର୍ଣ୍ଣ ସତର୍କତାର ସହ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମେୟର ତୋମି ହିସା ଶାନ୍ତି ଘୋଷଣା ପତ୍ର ପାଠ କରିଥିଲେ।

{"id":312089,"sizeSlug":"large"}

ଚଳିତବାର ଶାନ୍ତି ଘୋଷଣା ପତ୍ରରେ ପରମାଣୁ ସମ୍ପନ୍ନ ଦେଶମାନେ ଏବେ ନିରସ୍ତ୍ରିକରଣ ଉଦ୍ୟମରୁ ପଛକୁ ହଟୁଥିବାରୁ ମେୟର କ୍ଷୋଭ ପ୍ରକାଶ କରିଛନ୍ତି। ଏପରି ଦେଶମାନେ ପରମାଣୁ ନିରସ୍ତ୍ରିକରଣ ବଦଳେ ଏପରି ଅସ୍ତ୍ରଶସ୍ତ୍ରର ଅପଗ୍ରେଡେସନ କରୁଥିବା ଓ ସେଗୁଡିକୁ ସୁଗମ ବ୍ୟବହାର ଉପଯୋଗୀ କରୁଥିବାର ମେୟର ଅଭିଯୋଗ କରିଛନ୍ତି। ସେହିପରି ଏବେ ଆମେରିକା ଓ ଋଷ ମଧ୍ୟରେ ଇଣ୍ଟରମିଡିଏଟ୍ ରେଞ୍ଜ ନ୍ୟୁକ୍ଲି.ର ଫୋର୍ସ ଟ୍ରିଟି ସମାପ୍ତ ହୋଇଥିବାରୁ ଏଥିଯୋଗୁ ଉପୁଜିବାକୁ ଥିବା ବିପଦକୁ ନେଇ ମେୟର ଚିନ୍ତାବ୍ୟକ୍ତ କରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.