Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିରୋଧୀ ଦଳର ଆକ୍ରମଣରେ ୭୫ ବର୍ଷ ବୟସ୍କ ମୋଦି ସମର୍ଥକଙ୍କ ମୃତ୍ୟୁ : ଅଭିଯୁକ୍ତ ଗିରଫ

15/04/2019 at 11:48 AM

ତାଞ୍ଜାବୁର ୧୫/୪ : ତାମିଲନାଡୁ ତାଞ୍ଜାବୁରରେ ଜଣେ ୭୫ ବର୍ଷ ବୟସ୍କ ମୋଦି ସମର୍ଥକଙ୍କୁ ମୃତ୍ୟୁ ହୋଇଛି | ଦ୍ରମୁକ-କଂଗ୍ରେସ ମେଣ୍ଟର ସମର୍ଥକଙ୍କ ଆକ୍ରମଣରେ ମୋଦି ସମର୍ଥକଙ୍କ ମୃତ୍ୟୁ ହୋଇଛି | ଅଭିଯୁକ୍ତ ଗୋପିନାଥକୁ ପୋଲିସ ଗିରଫ କରିଛି | ଶନିବାର ରାତିରେ ଓରଥନାଡରେ ବିଜେପି ପାଇଁ ଭୋଟ ମାଗୁଥିବା ବେଳେ ଗୋପୀନାଥ ସହ ଯୁକ୍ତିତର୍କ ହୋଇଥିଲା | ଏଥିରେ ଗୋପୀନାଥ ଉତକ୍ଷିପ୍ତ ହୋଇ ଗୋବିନ୍ଦରାଜନଙ୍କୁ ଆକ୍ରମଣ କରିଥିଲା |


ପୋଲିସ ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ହିଁ ମୋଦି ସମର୍ଥକଙ୍କ ମୃତ୍ୟୁ ହୋଇଥିଲା | ସେ ଆନ୍ନାଦ୍ରମୁକ ଦଳର ସଂସ୍ଥାପକ ଏମଜି. ରାମଚନ୍ଦ୍ରଙ୍କ ଜଣେ ପ୍ରଶଂସକ ମଧ୍ୟ ଥିଲେ |

   Related Posts