୩୫ବର୍ଷ ବୟସ୍କା ଯୁବତୀଙ୍କୁ ବିବାହ କଲେ ୭୫ବର୍ଷ ବୟସ୍କ ବୃଦ୍ଧ

Published By : Prameya-News7 Bureau | November 11, 2019 IST

ସୁବର୍ଣ୍ଣପୁର ୧୧/୧୧: ବାହା ହୋଇ ଫେରୁଛନ୍ତି ବରଯାତ୍ରୀ । ସାଂଗରେ କନ୍ୟାକୁ ନେଇ ଗାଡି ଗାଁ ଭିତରକୁ ଯାଉଥିବାବେଳେ ପୁଣି ଆଗେ ଆଗେ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ପିଲା । ଉତ୍ସୁକତାର ସହ ବରକନ୍ୟାକୁ ଦେଖିବାକୁ ଗାଁର ଛୁଆଠୁ ବୁଢା ସମସ୍ତେ ଅନେଇ ବସିଛନ୍ତି । ଆଉ ବରକନ୍ୟା ଗାଁ ଇଷ୍ଟଦେବୀଙ୍କ ପାଖରେ ପହଂଚି ଆଶିର୍ବ।ଦ ନେବାପରେ ପୁଣି ଗାଁ ମହିଳା ପକାଉଛନ୍ତି ହୁଳହୁଳି । ହେଲେ ଭଲ କରି ଦେଖନ୍ତୁ ବରକନ୍ୟାଙ୍କୁ । ଏହା ଏକ ନିଆରା ବାହାଘର ନିଶ୍ଚୟ।

{"id":182360}

 କାରଣ ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧ ଜଣେ ୩୫ ବର୍ଷ ବୟସ୍କା ଯୁବତୀଙ୍କୁ ବାହା ହୋଇ ଘରକୁ ଆଣୁଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅର୍ଡ। ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ବାହାଘର । ଗାଁର ୭୫ ବର୍ଷ ବୟସ୍କ ଦେବାର୍ଚ୍ଚନ ମେଣ୍ଡିଲୀଙ୍କର ହୋଇଛି ଏବେ ପୁଣିଥରେ ବାହାଘର ।

{"id":182361,"width":581,"height":327}

କିଛିବର୍ଷ ପୂର୍ବେ ଦେବାର୍ଚ୍ଚନଙ୍କ ପତ୍ନୀ,ପୁଅ ଏବଂ ଝିଅର ମୃତ୍ୟୁ ହୋଇଯାଇଥିଲା । ପାଖରେ ଥିବା ନାତୁଣୀଙ୍କୁ ଗତବର୍ଷ ବାହା କରିଦଲେ ଦେବାର୍ଚ୍ଚନ । ଏଣୁ ଏବେ ଏକା ଏକା ଚଳିବା ସମ୍ଭବ ନହେବାରୁ ବୃଦ୍ଧକାଳେ ପୁଣିଥରେ ବାହା ହୋଇଛନ୍ତି । ପଡୋଶୀ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଅଂଚଳରୁ ପାରମ୍ପରିକ ରିତି ରିବାଜରେ ବାହାହୋଇ କନ୍ୟାକୁ ଘରକୁ ଆଣିଛନ୍ତି ଦେବାର୍ଚ୍ଚନ । ଏଣୁ ଏବେ ଗାଁରେ ଖୁସିର ମାହୋଲ ।

{"id":182362,"width":588,"height":330}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.