Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

୭୫ ଟଙ୍କିଆ ମୁଦ୍ରା ଜାରି କରିବେ ମୋଦି ସରକାର : ପୋର୍ଟବ୍ଲେୟରରେ ନେତାଜୀ ୭୫ ବର୍ଷ ତଳେ ତ୍ରିରଙ୍ଗା ଉଡାଇଥିବାର ସ୍ମୃତି ହେବ ଉଜ୍ଜିବୀତ

14/11/2018 at 2:18 PM

ଦିଲ୍ଲୀ ୧୪/୧୧ :  ପ୍ରଥମ ଥର ପାଇଁ ଦେଶରେ ୭୫ ଚଂକିଆ କଏନ  ହେବ । ମୋଦି ସରକାର ଏହା ଆରମ୍ଭ କରିବାକୁ ଯାଉଛନ୍ତି | ମଙ୍ଗଳବାର ଦିନ ପୋର୍ଟବ୍ଲେୟାରଠାରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରଥମଥର ତ୍ରିରଙ୍ଗା ଉଡ଼ାଇବାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ଟଙ୍କିଆ ମୁଦ୍ରା ପ୍ରଚଳନ ହୋଇଛି | ଏ ନେଇ ଅର୍ଥ ମନ୍ତ୍ରାଳୟ  ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ,  ଠିକ ୭୫ ବର୍ଷ ପୂର୍ବରୁ ଆଜିର ଦିନରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ପୋର୍ଟ ବ୍ଲେୟାରରେ ପ୍ରଥମଥର ପାଇଁ ତ୍ରିରଙ୍ଗା ପତାକା ଉଡ଼େଇଥିଲା | ଏହି ଦିନକୁ ସ୍ମରଣୀୟ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଅଧିକୃତ ସଂସ୍ଛା ଏହି ୭୫ ଟଙ୍କିଆ ମୁଦ୍ରା ପ୍ରସ୍ତୁତ କରିବେ |

ଏହି ୭୫ ଟଙ୍କିଆ ମୁଦ୍ରାର ଓଜନ ୩୫ ଗ୍ରାମ ରହିଛି | ଏହି ମୁଦ୍ରାରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ ତମ୍ବା, ୫ ପ୍ରତିଶତ ନିକେଲ ଏବଂ ୫ ପ୍ରତିଶତ ଜିଙ୍କ ରହିଛି |  ମୁଦ୍ରାରେ ସେଲ୍ୟୁଲାର ଜେଲର ପଛପଟେ ତ୍ରିରଙ୍ଗା ପତାକାକୁ ସଲାମୀ ଦେଉଥିବା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଚିତ୍ର ରହିବ | ପୋଟ୍ରେଟ ତଳେ ୭୫ ଅଙ୍କର ଅର୍ଥ ବର୍ଷ ପୂର୍ତ୍ତି ରହିବ | ମୁଦ୍ରାରେ ଦେବନାଗରୀ ଏବଂ ଇଂରାଜୀରେ ପ୍ରଥମ ପତାକା ଉତ୍ତୋଳନ ଦିବସ ଲେଖାହେବ |

ସୂଚନାଯୋଗ୍ୟ ଯେ, ୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ସୁବାସ ଚନ୍ଦ୍ର ବୋଷ ପ୍ରଥମଥର ପାଇଁ ସେଲ୍ୟୁଲାର ଜେଲ ପୋର୍ଟ ବ୍ଲେୟାରରେ ତ୍ରିରଙ୍ଗା ପତାକା ଉଡ଼େଇଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୨୧ ତାରିଖରେ ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସୁବାସ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ଆଜାଦ ହିନ୍ଦ ଫୌଜର ୭୫ ବର୍ଷ ପୂର୍ତ୍ତି ଅବସରରେ ଏକ ଫଳକର ଉନ୍ମୋଚନ କରିଥିଲେ |

   Related Posts