Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆନ୍ଧ୍ର ସରକାର ଘରୋଇ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ନିଯୁକ୍ତି ସଂରକ୍ଷିତ କରିବା ପରେ ସମାନ ନିୟମ ପାଇଁ ଦାବି ତେଜିଲା ଓଡିଶାରେ

24/07/2019 at 4:57 PM

ଭୁବନେଶ୍ବର ୨୪|୭: ଆନ୍ଧ୍ର ସରକାର ଘରୋଇ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ନିଯୁକ୍ତି ସଂରକ୍ଷିତ କରିବା ପରେ ଓଡ଼ିଶାରେ ମଧ୍ୟ ସମାନ ଦାବି ତେଜିବାରେ ଲାଗିଛି। ଗତକାଲି ନ୍ୟୁଜ ସେଭେନ ମଧ୍ୟ ଓଡ଼ିଶାରେ ସମାନ ଢାଞ୍ଚାରେ ଆଇ ଆଣଇବା ଲାଗି ଅପିଲ୍‌ କରିଥିଲା। ଆଉ ଆଜି ଶୁନ୍ୟ କାଳରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଥିଲା। ବିଜେପି ବି ଏଥିରେ ସ୍ବର ମିଳାଇଛି ।  ବିଭିନ୍ନ ବେକାରୀ ସଙ୍ଗଠନ ଗୁଡିକ ଏହା ଉପରେ ବି ଜୋର ଦେଇ ନ୍ୟୁଜ ସେଭେନର ପ୍ରସଙ୍ଗକୁ ଗୁରୁତ୍ବ ଦେଇଥିବାରୁ ଧନ୍ୟବାଦ ଦେବା ସହ ସରକାର ଏହି ଆଣିବାକୁ ଦାବି ରଖିଛନ୍ତି ।

 ନିଯୁକ୍ତିକୁ ନେଇ ଓଡିଶାରେ ଆନ୍ଧ୍ର ଢାଞ୍ଚାରେ ଆଇନ ହେଉ ।  ରାଜ୍ୟର ସମସ୍ତ ଘରୋଇ ଶିଳ୍ପ ସଂସ୍ଥାରେରେ ନିଯୁକ୍ତି ଲାଗି ସ୍ଥାନୀୟ ଲୋକଙ୍କୁ ସଂରକ୍ଷଣ ବ୍ୟବସ୍ଥା କରନ୍ତୁ ସରକାର ।  ସରକାର ଆନ୍ଧ୍ରପ୍ରଦେଶ ଭଳି ଆଇନ ଆଣନ୍ତୁ ବୋଲି ବିଧାନସଭାରେ ଦାବି କରିଛନ୍ତି ବିରୋଧୀ ।  ଆନ୍ଧ୍ରର ୱାଇ ଏସ୍‌ ଜଗନମୋହନ ରେଡ୍ଡି ସରକାର ଏସଂପର୍କିତ ଆଇନକୁ ବିଧାନସଭାରେ ପାସ୍‌ କରାଇଛନ୍ତି । ଏପରି ଆଇନ ଆଣିବାରେ ଆନ୍ଧ୍ର ଦେଶରେ ପ୍ରଥମ ରାଜ୍ୟ ପାଲଟିଯାଇଛି । ଆନ୍ଧ୍ର ଢାଞ୍ଚାରେ ଓଡ଼ିଶା ସରକାର ମଧ୍ୟ ରାଜ୍ୟ ସରକାର ଆଇନ ଆଣିବାକୁ ଅପିଲ କରିଥିଲା ନ୍ୟୁଜ ସେଭେନ। ବିଧାନସଭାର ଶୁନ୍ୟ କାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନି ପତି ଏହି ପ୍ରସଙ୍ଗ ଉଠାଇଥିବାବେଳେ ବିଜେପି ବି ଏଥିରେ ସ୍ବର ମିଳାଇଛି ।

ବିରୋଧୀଙ୍କ ଯୁକ୍ତି ରାଜ୍ୟ ସରକାର କମ୍ପାନୀ ମାନଙ୍କୁ ମାଗଣାକୁ ମହରଗ ଜମି, ଜଳ ଓ ବିଜୁଳି ଦେଉଛନ୍ତି । ରାଜ୍ୟର ପରିବେଶ ପ୍ରଦୂଷଣ ହେଉଛି ।  ହେଲେ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳନି । ଯେତେବେଳିକି ନିଯୁକ୍ତି ବିନା ହଜାର ହଜାର ଲୋକ ବାହାର ରାଜ୍ୟକୁ ଯାଉଛନ୍ତି।  ନ୍ୟୁଜ ସେଭେନରେ ଏଭଳି ଅପିଲ ସହିତ ଯୋଡ଼ି ହୋଇଛନ୍ତି ରାଜ୍ୟର ବେକାରୀ ସଂଗଠନଗୁଡ଼ିକ।

ଆନ୍ଧ୍ରରେ ବେକାରୀ ସମସ୍ୟାକୁ ଦେଖି  ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ନିଯୁକ୍ତି ପାଇଁ ଜଗନମୋହନ ସରକାର ନୂଆ ଆଇନ ଏବେ ସାରାଦେଶରେ  ପାଇଁ ମାର୍ଗଦର୍ଶକ ହୋଇଛି ।  ନିଯୁକ୍ତି ସମସ୍ୟା ସାରା ଦେଶ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଓଡ଼ିଶା ଭଳି ରାଜ୍ୟରେ ସ୍ଥିତି ସଂଗୀନ। ଏବେ ରାଜ୍ୟ ସରକାରଙ୍କ ପଦକ୍ଷେପ ଏଥିରେ କିଛି ନୂଆ ଆଶା ସଞ୍ଚାର କରିପାରିବ।

   Related Posts