Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବାହାଘର ସମାରୋହରେ ସାମିଲ୍ ହୋଇଥିଲେ କରୋନା ସଂକ୍ରମିତ ଗର୍ଭବତୀ ମହିଳା : ଏବେ ଆଉ ୭୫ ସଂକ୍ରମିତ, ସହର ସିଲ୍‌

22/07/2020 at 11:36 AM

ସିରମୋୖର ୨୨/୦୭ : ହିମାଚଳ ପ୍ରଦେଶ ସୋଲନ ଓ ସିରମୋୖର ଜିଲ୍ଲାରେ ପ୍ରତିଦିନ ବଢୁଥିବା ନୂଆ କରୋନା ମାମଲା ସରକାର ଓ ଲୋକଙ୍କ ନିଦ ହଜାଇ ଦେଲାଣି | ସୋଲନ ଜିଲ୍ଲାରେ କାରଖାନାଗୁଡିକରୁ କରୋନା ମାମଲା ସାମ୍ନାକୁ ଆସୁଛି | ସିରମୋୖର ନାହନ ଅଞ୍ଚଳରେ ସଂକ୍ରମଣ ଥମିବାର ନାଁ ନେଉନାହିଁ | କେବଳ ଗୋଟିଏ କଲୋନୀରୁ ୭୫ ମାମଲା ସାମ୍ନାକୁ ଆସିଛି | ମଙ୍ଗଳବାର ଏଠାରୁ ୧୦ ନୂଆ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ୮ ବର୍ଷ, ୧୧ ବର୍ଷ ଶିଶୁ, ୫ ମହିଳା ଓ ୩ ଯୁବକ ସାମିଲ ଅଛନ୍ତି | ସିରମୋୖର ଜିଲ୍ଲାରେ ୮୦ ଆକ୍ଟିଭ ମାମଲା ରହିଛି |

ନାହନର ଗୋଟିଏ କଲୋନୀ ଗୋଵିନ୍ଦଗଡ଼ରେ ଜୁଲାଇ ଆରମ୍ଭରେ ଗୋଟିଏ ବାହାଘର ହୋଇଥିଲା | ବାହାଘର ସମାରୋହରେ ସାମିଲ ହୋଇଥିବା ଜଣେ ଗର୍ଭବତୀ ମହିଳା କରୋନା ସଂକ୍ରମିତ ହୋଇଥିଲେ | ମହିଳାଙ୍କ ଠାରୁ ତାଙ୍କ ସ୍ୱାମୀ ଓ ପରିବାର ଲୋକ ସଂକ୍ରମିତ ହୋଇଥିଲେ | ବର୍ତ୍ତମାନ ସେଠାରୁ ୭୫ ଜଣ ସଂକ୍ରମିତ ହୋଇଛନ୍ତି | ବାହାଘର ସମାରୋହ ପରଠାରୁ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି | ଜୁଲାଇ ୧୫ ତାରିଖ ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା | ସଂକ୍ରମଣ ଯୋଗୁଁ ନାହନ ସହରକୁ ସିଲ କରିଦିଆଯାଇଛି | 

   Related Posts