Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଭୁଶୁଡ଼ି ପଡ଼ିଲା ଦୁଇ ମହଲା କୋଠା, ବିଳମ୍ବିତ ରାତି ଯାଏଁ ଓ୍ବେବ୍‌ ସିରିଜ୍‌ ଦେଖୁଥିବା ଯୁବକ ବଞ୍ଚାଇଲେ ୭୫ ଜଣଙ୍କ ଜୀବନ

30/10/2020 at 9:21 PM

ମୁମ୍ବାଇ ୩୦/୧୦: ରାତି ଅନିଦ୍ରା ହେଲେ ଦେହ ଖରାପ ହୁଏ। ଏକଥା ଆମ ସମସ୍ତଙ୍କୁ କୁହାଯାଏ। ଜଳଦି ଶୋଇବା ସହ ଜଳଦି ଉଠିବାକୁ ଲୋକେ ମଧ୍ୟ ପସନ୍ଦ କରୁଥିଲେ। କିନ୍ତୁ ବିଜ୍ଞାନର ଅଗ୍ରଗତି ପରେ ଲୋକେ ସ୍ମାର୍ଟଫୋନ୍‌, ଲ୍ୟାପଟପ୍‌ ଆଦିରେ ଲାଗି ରହୁଛନ୍ତି। କେହି କେହି ନିଜର କାର୍ଯ୍ୟ କରୁଥିବା ବେଳେ କେହି କେହି ଫିଲ୍ମ ଦେଖି ରାତି ବିତାଇଦେଉଛନ୍ତି। ବେଳେ ବେଳେ ବିଳମ୍ବିତ ରାତି ଯାଏଁ ଚାହିଁବା ଟା ବୋଧହୁଏ ଭଲ। ମୁମ୍ବାଇରେ ଗୁରୁବାର ଭୋର ସମୟରେ ଏଭଳି ଏକ ଘଟଣା ଘଟିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଜଣେ ୧୮ ବର୍ଷୀୟ ଯୁବକ ୭୫ ଲୋକଙ୍କ ଜୀବନ ବଞ୍ଜାଇ ଦେଇଛି।

ଗୁରୁବାର ଭୋର ସମୟରେ ଦୁଇ ମହଲା କୋଠାର ରୋଷେଇ ଘରରେ ଶବ୍ଦ ହୋଇଥିଲା। ତେବେ ଫୋନ୍‌ରେ ଓ୍ବେବ୍‌ ସିରିଜ୍‌ ଦେଖୁଥିବା ୧୮ ବର୍ଷୀୟ କୁନାଲ ବିଲ୍ଡିଂରେ ଥିବା ୭୫ ଲୋକଙ୍କୁ ଡାକି ଉଠାଇବା ସହ ସେମାନଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ପ୍ରଥମେ ରୋଷେଇ ଘର ପାଖରେ କାନ୍ଥ ଧସିଥିବା ବେଳେ ପରେ ପରେ ଘର ଭୁଶୁଡ଼ି ପଡ଼ିଥିଲା। ତେବେ ଗୁରୁବାର ଭୋର ପର୍ଯ୍ୟନ୍ତ ଓ୍ବେବ୍‌ ସିରିଜ୍‌ ଦେଖୁଥିବା କୁନାଲଙ୍କ ପାଇଁ ୭୫ ଜଣଙ୍କ ଜୀବନ ବଞ୍ଚିଯାଇଛି।

ମିଳିଥିବା ସୂଚନା ଅନୁସାରେ ଭୁଶୁଡ଼ି ପଡ଼ିଥିବା ଘରକୁ ଖାଲି କରିବା ପାଇଁ ୯ ମାସ ପୂର୍ବରୁ ନୋଟିସ୍‌ ମିଳିଥିଲା। କିନ୍ତୁ କେହି ଲୋକ ବିଲ୍ଡିଂ ଛାଡ଼ିନଥିଲେ। କୁନାଲଙ୍କ କହିବା କଥା ନୋଟିସ୍‌ ମିଳିଥିଲା ସତ କିନ୍ତୁ କୁପର ଅଞ୍ଚଳରେ ଥିବା ଏହି ବିଲ୍ଡିଂରେ ବାସ କରୁଥିବା ଲୋକେ ଅତ୍ୟନ୍ତ ଗରିବ ହୋଇଥିବାରୁ ଅନ୍ୟ କୌଣସି ସ୍ଥାନକୁ ସେମାନେ ଯାଇପାରି ନଥିଲେ।

   Related Posts