ଚୁଲିରୁ ନିଆଁ ଲାଗି ପୋଡିଗଲା ସମଗ୍ର ଗାଁର ୭୫ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

Published By : Prameya-News7 Bureau | April 08, 2020 IST

ପାଟନା ୮।୪: ବିହାର ସୁପଲ ଜିଲ୍ଲାର ଏକ ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୭୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଚୁଲି ନିଆଁରୁ ଏହା ସମଗ୍ର ଗାଁରେ ବ୍ୟାପି ଯାଇଥିଲା । ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

ନିର୍ମଲି ବ୍ଲକ୍ ଅଞ୍ଚଳର ଦାଗମାରା ପଞ୍ଚାୟତର ଚୁତିଆହି ଗାଁର ୧୪ ନମ୍ବର ୱାର୍ଡରେ ଏଭଳି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୪୦ରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି । ସେମାନଙ୍କର ପୋଷାକ, ଶସ୍ୟ, ଆସବାବପତ୍ର, ବାସନ ଇତ୍ୟାଦି ପୋଡି ପାଉଁଶ ହୋଇଯାଇଛି ।

ଗାଁରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ବ୍ଲକ୍ ମୁଖ୍ୟ ରାମପ୍ରବେଶ କୁମାର ଯାଦବ ଘଟଣାସ୍ଥଳରେ ପହଞ୍ଚି ଉପ-ବିଭାଗୀୟ ଅଧିକାରୀ ନୀରଜ ନାରାୟଣ ପାଣ୍ଡେ, ଅଧିକାରୀ ବିନୋଦ କୁମାର ଗୁପ୍ତାଙ୍କୁ ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.