ଅତ୍ୟଧିକ ଥଣ୍ଡା ଯୋଗୁଁ ୭୫ ଜଣଙ୍କୁ ବ୍ରେନଷ୍ଟ୍ରୋକ: ୧୦ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | January 08, 2019 IST

ଗୁଆଲିଅର ୮/୧ : ସାରା ଦେଶରେ ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ମଧ୍ୟପ୍ରଦେଶ
ଗୁଆଲିଅରରେ ଥଣ୍ଡା ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଛି | ଥଣ୍ଡା ପାଇଁ ବ୍ରେନଷ୍ଟ୍ରୋକ ଏବଂ ହୃଦଘାତ ସଂଖ୍ୟା ବଢିଯାଇଛି | ସକାଳ ୪ଟା ରୁ ୬ଟା ସମୟ ଭିତରେ ହୃଦୟ ଏବଂ ମସ୍ତିସ୍କ ପାଇଁ ଭୟଙ୍କର ସମୟ ହୋଇଥାଏ | ଗତ ୬ଦିନରେ ଜେଏଏଚର ନ୍ୟୁରୋଲୋଜି ବିଭାଗ ଏବଂ ମେଟ୍ରୋ ନ୍ୟୁରୋ ହସ୍ପିଟାଲରେ ୭୫ଜଣ ବ୍ବ୍ରେନଷ୍ଟ୍ରୋକ ରୋଗୀ ଭର୍ତ୍ତି ହୋଇଥିଲେ | ୭୫ ଜଣଙ୍କ ମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି |

{"id":71725}

ନ୍ୟୁରୋଲୋଜି ବିଭାଗର  ଡାକ୍ତର ଦୀନେଶ କହିଛନ୍ତି ଯେ, ଜେଏଏଚର ହସ୍ପିଟାଲକୁ ଆସିଥିବା ରୋଗୀଙ୍କ ମଧ୍ୟରେ ଅଧିକାଂଶ ରୋଗୀଙ୍କୁ ସକାଳ ୪ଟା ରୁ ୬ଟା ସମୟ ମଧ୍ୟରେ ବ୍ରେନଷ୍ଟ୍ରୋକ ହୋଇଥିଲା | ଏହାର କାରଣ ହେଉଛି , ଅତ୍ୟଧିକ ଥଣ୍ଡା ପାଇଁ ରକ୍ତ ମୋଟା ବା ଗାଢ଼ ହୋଇଯିବା | ରକ୍ତ ମୋଟା ହୋଇଯିବା ଫଳରେ କେଟିକୋଲାମିନ ହର୍ମୋନ ଯୋଗୁଁ ରକ୍ତଚାପ ବଢ଼ିଯାଇଥାଏ | ଯାହାଫଳରେ ମସ୍ତିସ୍କକୁ ରକ୍ତ ଯିବା ବନ୍ଦ ହୋଇଯାଇଥାଏ | ରକ୍ତଚାପ ବଢ଼ିଯିବା ଯୋଗୁଁ ଲୋକଙ୍କୁ ବ୍ରେନଷ୍ଟ୍ରୋକ ହୋଇଥାଏ |

{"id":71722}

ଯେତିକି ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେମାନଙ୍କ ମଧ୍ୟରେ କିଛି ଲୋକଙ୍କୁ ପୂର୍ବରୁ ଉଚ୍ଚ ରକ୍ତଚାପ ଥିଲା ଏବଂ ସେମାନେ ଔଷଧ ଖାଉଥିଲେ | କିନ୍ତୁ ଗତ କିଛି ଦିନରୁ ସେମାନେ ଉଚ୍ଚ ରକ୍ତଚାପ ଔଷଧ ଖାଇବା ବନ୍ଦ କରିଦେଇଥିଲେ | ତେବେ ଔଷଧ ବନ୍ଦ କରିଦେଇ ସେମାନେ ଡାକ୍ତରଙ୍କ ସହ ପରାମର୍ଶ କରିନଥିଲେ କି ରକ୍ତଚାପ ମଧ୍ୟ ପରୀକ୍ଷା କରିନଥିଲେ | ନ୍ୟୁରୋ ଡାକ୍ତର ସନ୍ତୋଷ ତ୍ରିପାଠୀ କହିଛନ୍ତି ଯେ, ତାଙ୍କ ହସ୍ପିଟାଲକୁ ଯେତିକି ରୋଗୀ ଆସିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ସକାଳ ୫ଟା ରୁ ୯ଟା ମଧ୍ୟରେ ବ୍ରେନଷ୍ଟ୍ରୋକ ହୋଇଥିଲା | ବ୍ରେନଷ୍ଟ୍ରୋକ ବେଳେ ରକ୍ତଚାପ ବହୁତ ବଢ଼ିଯାଇଥାଏ ବୋଲି ଡାକ୍ତର କହିଛନ୍ତି |

{"id":71726}

ମସ୍ତିସ୍କରେ ଧମନୀ ଫାଟିଯିବା ଯୋଗୁଁ ବ୍ରେନଷ୍ଟ୍ରୋକ ହୋଇଥାଏ | ଏହାଫଳରେ ଧମନୀ ଆଖପାଖରେ ରକ୍ତ ସ୍ରାବ ହୋଇଥାଏ | ଯାହାଫଳରେ ମସ୍ତିସ୍କର କୋଷଗୁଡିକ ନଷ୍ଟ ହୋଇଯାଇଥାଏ | ଅତ୍ୟଧିକ ଥଣ୍ଡା ଯୋଗୁଁ ବ୍ରେନଷ୍ଟ୍ରୋକ ହୋଇଥାଏ ଏବଂ ବ୍ରେନ ଆଟାକ ଆସିଲେ ଅଚାନକ ହାତ ଗୋଡ କାମ କରିବା ମଧ୍ୟ ବନ୍ଦ କରିଦେଇଥାଏ | ଗୋଡ ହାତ ଝିମ ଝିମ ହୋଇଥାଏ | ପାଟିରୁ କଥା ବାହାରିନଥାଏ | ମଣିଷ ଚେତାଶୂନ୍ୟ ହୋଇପଡେ |

{"id":71723}

ଶୀତ ଦିନରେ ଡାଏବେଟିସ ରୋଗୀ, ଉଚ୍ଚ ରକ୍ତଚାପ ରୋଗୀ, ତଥା ଯେଉଁମାନଙ୍କୁ ପୂର୍ବରୁ ହୃଦଘାତ ହୋଇଥିବ ସେମାନେ ଟିକେ ସତର୍କ ରହିବ ଉଚିତ ବୋଲି ଡାକ୍ତର କହିଛନ୍ତି | ଏମିତି ବ୍ୟକ୍ତି ଖରା ବାହାରିବା ପରେ ହିଁ ଘରୁ ବାହାରିବା ଉଚିତ | ଥଣ୍ଡାରୁ ନିଜକୁ ରକ୍ଷା କରିବା ସହ ନିୟମିତ ଔଷଧ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.