ଜଟିଳ ହେଉଛି କରୋନା ସ୍ଥିତି, ଆଜି ରାଜଧାନୀରେ ଚିହ୍ନଟ ହେଲେ ୭୪୫ ସଂକ୍ରମିତ

Published By : Prameya-News7 Bureau | April 24, 2021 IST

ଭୁବନେଶ୍ଵର ୨୨।୦୪: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ରାଜ୍ୟ ସହ ତାଳ ଦେଇ ରାଜଧାନୀ ଭୁବନେଶ୍ଵରରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଧିରେ ଧିରେ ସାଙ୍ଘାତିକ ଆଡେ ମୁହାଁଉଛି କରୋନା ସ୍ଥିତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରେ ୭୪୫ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୨୩୭କୁ ବୃଦ୍ଧି ଘଟିଛି। ଅନ୍ୟପଟେ ୩୯୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଭୁନବେଶ୍ଵର ମହାନଗର ନିଗମ ପକ୍ଷରୁ ଟ୍ଵିଟ୍ ଯୋଗେ ଶନିବାର ଏହାର ସୂଚନା ଦିଆଯାଇଛି।

wp:html /wp:html

ଆଜି ଚିହ୍ନଟ ୭୪୫ ସଂକ୍ରମିତଙ୍କ ମଧ୍ୟରୁ ୧୪୭ କେସ୍ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ କେସ୍ ସଂଖ୍ୟା ୪୯୮ ରହିଛି। ଆଜି ପଟିଆରୁ ସର୍ବାଧିକ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ପରି ଓଲ୍‌ଡ ଟାଉନ୍‌ରୁ ୩୩, ଖଣ୍ଡଗିରିରୁ ୩୧, ନୟାପଲ୍ଲୀରୁ ୩୦, ଚନ୍ଦ୍ରଶେଖରପୁରରୁ ୨୧, ଝାରପଡା ଏବଂ ଏମ୍ସ ନଗରରୁ ୧୮ ଲେଖାଏଁ ଓ ମଞ୍ଚେଶ୍ଵରରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ସଂକ୍ରମିତଙ୍କୁ ମିଶାଇ ରାଜଧାନୀ ମହାନଗର ନିଗମରେ ଏ ପର୍ଯ୍ୟନ୍ତ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୯,୨୩୭ ରହିଥିବା ବେଳେ ସକ୍ରିୟ କେସ୍ ସଂଖ୍ୟା ୪୭୬୩ ରହିଛି। ଆଜିର ୩୯୯କୁ ମିଶାଇ ମୋଟ୍ ୩୪,୨୦୨ ସୁସ୍ଥ ହୋଇଛନ୍ତି। କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୧ରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.