Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

୭୪ବର୍ଷୀୟ ବୁଧୁନିଙ୍କ ମନ ବୁଝୁନି- ଉଈ ନଷ୍ଟ କରିଦେଲେ ଜୀବନସାରା ଭିକ ମାଗି ଘର ଖଣ୍ଡେ କରିବା ପାଇଁ ସଞ୍ଚିଥିବା ଟଙ୍କା

11/11/2019 at 7:38 PM

ରାଉରକେଲା ୧୧।୧୧ – ୭୪ବର୍ଷିଆ ବୁଧୁନିଙ୍କ ମନ ବୁଝୁନି । ଭିକମାଗି ସଞ୍ଚିଥିବା ପୁଳା ପୁଳା ଟଙ୍କା ସବୁକୁ ଉଈ ନଷ୍ଟ କରିଦେଇଛନ୍ତି । ଜୀବନ ଯାକ ପଲିଥିନ୍‌ ତଳେ ରହି ଘର ଖଣ୍ଡେ କରିବାର ସ୍ବପ୍ନ ଭାଙ୍ଗି ଚୁର୍‌ମାର ହୋଇଯାଇଛି । ଟଙ୍କା ନଷ୍ଟ ହୋଇଯିବା ଦେଖି ବୁଧୁନିଙ୍କୁ ଭାରି ବାଧିଛି । ଖାଇବା ପିଇବା ଛାଡ଼ି ଯାହାକୁ ଦେଖୁଛନ୍ତି ବିକଳ ହୋଇ ଖାଲି ସେଇ କଥା କହୁଛନ୍ତି । ….

ମଇଳା, ମସିଆ, ଚିରା ଫଟା ନୋଟଗୁଡ଼ିକୁ ହାତରେ ଧରି ନିଜ ଭାଗ୍ୟକୁ ନିନ୍ଦୁଥିବା ଏହି ବୃଦ୍ଧା ଜଣଙ୍କ ବର୍ଷ ବର୍ଷ ଧରି ଭିକମାଗି ସଞ୍ଚିଥିବା ଟଙ୍କାକୁ ଉଈ ଖାଇଯାଇଛନ୍ତି । ଇଏ ଆଉ କାମରେ ଲାଗିବ କି ନାହିଁ ସେକଥା ବୁଝି ନାହାନ୍ତି ବୁଧୁନୀ । ନିଜ ପେଟରୁ କାଟି ମଗାଯଚା ଏହି ଖୁଚୁରା ଟଙ୍କାକୁ କେତେ ଆଶାରେ ବସ୍ତାରେ ପୁରାଇ ପଲିଥିନ୍‌ ତଳେ ପଡ଼ି ରହିଥିଲେ । ଭାବିଥିଲେ ଅଧିକ ଟଙ୍କା ହେଲେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ କରିବେ । ବର୍ଷା, ଶୀତ କାକର ରାତିରେ ଏ ବୁଢ଼ୀ ବୟସରେ ପଲିଥିନ୍‌ ତଳେ ଆଉ ଦହଗଞ୍ଜ ହେବାକୁ ପଡ଼ିବନି । ହେଲେ ଭାଗ୍ୟ ସେତକ ବି କରାଇଦେଲାନି । ପଲିଥିନ୍‌ ତଳେ ବସ୍ତା ଭିତରେ ସାଇତିଥିବା ଏହି ମୋଡ଼ା ମକଚା ଟଙ୍କା ଗୁଡ଼ିକୁ ବାହାର କଲା ବେଳକୁ ତାଙ୍କର ସବୁ ଆଶା, ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଗଲା ।

ରାଉରକେଲା ସେକ୍ଟର ୬ ଅଭିରାମପଲ୍ଲୀ ବସ୍ତିରେ ରହୁଥିବା ୭୪ବର୍ଷିଆ ବୃଦ୍ଧା ବୁଧୁନୀ ନାୟକ । ପୁଅ ବୋହୂଙ୍କ ନିର୍ଯାତନା ସହି ନପାରି ଏଇ ଚିରା ପଲିଥିନ୍‌ ତଳେ ଆଶ୍ରା ନେଇଥିଲେ । ବୁଲି ବୁଲି ଭିକମାଗି ଯାହା ମିଳୁଥିଲା ସେଥିରେ ପେଟ ଚାଖଣ୍ଡକ ପାଇଁ ଆହାର ଯୋଗାଡ଼ କରିବା ପରେ ବାକି ଟଙ୍କାକୁ ସାଇତି ରଖୁଥିଲେ । ଭାବିଥିଲେ ସାଇତା ଟଙ୍କାରେ ଘର ଖଣ୍ଡେ କରିବେ । ହେଲେ ଏବେ ଉଈ ଲାଗି ସବୁ ଟଙ୍କା ନଷ୍ଟ ହୋଇଯାଇଥିବା ଦେଖି ବୁଧୁନୀଙ୍କୁ ବହୁତ ବାଧିଛି । ଚିନ୍ତାରେ ସେ ଏବେ ଖାଇବା ପିଇବା ବି ଛାଡ଼ିଦେଇଛନ୍ତି । ଯାହାକୁ ଦେଖିଲେ ସେଇ ଟଙ୍କାକୁ ଦେଖାଇ ତାଙ୍କ ଦୁଃଖ ଜଣାଉଛନ୍ତି ।

ବୃଦ୍ଧାବସ୍ଥାରେ ନିଜ ଭାଗ୍ୟ ସହ ସଂଘର୍ଷ କରି ଜୀବନ ଜିଇଁବାକୁ ଚେଷ୍ଟା କରୁଥିବା ବୁଧୁନୀ ଏବେ ହାରି ଯାଇଛନ୍ତି । ସଞ୍ଚିତ ଅର୍ଥ ଯେ, ଆଉ ତାଙ୍କ ସ୍ବପ୍ନ ପୂରଣ କରିପାରିବନି ସେକଥାକୁ ଭାବି ଭାବି ଆଖିରୁ ଲୁହ ଗଡ଼ାଉଛନ୍ତି । ଆଜି ପର୍ଯ୍ୟନ୍ତ ଅସହାୟ ବୁଧୁନିଙ୍କ ଉପରେ ନଜର ଦେଇନଥିବା ପ୍ରଶାସନ ଅନ୍ତତଃ ଏବେ ତ ଏଇ ବୃଦ୍ଧାଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାର ବ୍ୟବସ୍ଥା କରୁ ? 

   Related Posts