Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

Covid-19ରେ ବିଗିଡିଲା ଗାୟକ ଏସ୍.ପି. ବାଲାସୁବ୍ରଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା, ଆଇସିୟୁରେ ଭର୍ତ୍ତି

14/08/2020 at 6:31 PM

ମୁମ୍ବାଇ୧୪।୮: ଜଣାଶୁଣା ବଲିଉଡ ଗାୟକ ଏସ୍.ପି.ବାଲାସୁବ୍ରଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡିଛି। କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଚେନ୍ନାଇସ୍ଥିତ ଏମ.ଜିଏମ. ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ଶୁକ୍ରବାର ଜାରି ମେଡିକାଲ ବୁଲେଟିନରୁ ଜଣାପଡିଛି।

ଏ ନେଇ ହସ୍ପିଟାଲ ପକ୍ଷରୁ ଜାରି ମେଡିକାଲ ବୁଲେଟିନ୍‌ରେ ୫ ଅଗଷ୍ଟ ୨୦୨୦ରେ କୋଭିଡ ଲକ୍ଷଣ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଥିରୁ ଏସ୍.ପି.ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟରେ ଅବନତୀ ଦେଖାଯାଇଥିବା ସୂଚିତ କରାଯାଇଛି। ଅଗଷ୍ଟ ୧୩ ତାରିଖ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ଗୁରୁତର ହୋଇପଡିଥିଲା। ତାଙ୍କ ସ୍ୱାସ୍ଥ୍ୟର ଦେଖରେଖ କରୁଥିବା ମେଡିକାଲ ଟିମ୍‌ ତାଙ୍କୁ ତୁରନ୍ତ ଆଇସିୟୁକୁ ଟ୍ରାନ୍ସଫର କରିଥିଲେ।

ତାଙ୍କୁ ଏବେ ଜୀବନ ରକ୍ଷକ ପ୍ରଣାଳୀରେ ରଖାଯାଇଛି। ହେଲେବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ବୁଲେଟିନରେ କୁହାଯାଇଛି। ୭୪ ବର୍ଷ ବୟସ୍କ ବାଲାସୁବ୍ରମଣ୍ୟମ ହିନ୍ଦୀ ଫିଲ୍ମମାନଙ୍କରେ ତାଙ୍କ ଗାୟନକଳାର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ୧୯୮୯ମସିହାରେ ମୁକ୍ତି ଲାଭ କରିଥିବା ସଲମାନ ଖାନ୍‌ ଓ ଭାଗ୍ୟଶ୍ରୀ ଷ୍ଟାରର ‘ମୈନେ ପ୍ୟାରକିୟା’ର ସଲମାନଙ୍କ ସବୁଗୀତ ବାଲାସୁବ୍ରମଣ୍ୟମ ଗାଇଥିଲେ। ଯାହା ସେତେବେଳେ ସୁପରଡୁପର ହିଟ୍‌ ହୋଇଥିଲା।

ଏହି ଫିଲ୍ମର ସଫଳତାକୁ ନେଇ ସଲମାନଙ୍କ କ୍ୟାରିୟରର ପ୍ରାରମ୍ଭିକ ଦିନମାନଙ୍କରେ ସବୁ ଗୀତରେ ବାଲାସୁବ୍ରମଣ୍ୟମ କଣ୍ଠଦାନ କରୁଥିଲେ। କେବଳ ହିନ୍ଦୀ ନୁହେଁ ଦେଶର ଅନ୍ୟ ଭାଷାରେ ମଧ୍ୟ ସେ ଅନେକ ଗୀତ ଗାଇଛନ୍ତି। ସେ ୧୬ଟି ଭାଷାରେ ଅନୁନ୍ୟ ୪୦ ହଜାର ଗୀତ ଗାଇଥିବା ବେଳେ ୪ଟି ଭାଷା ତେଲଗୁ, ତାମିଲ, କନ୍ନଡ ଓ ହିନ୍ଦୀ ଗୀତ ଲାଗି ୬ ଥର ସର୍ବଶ୍ରେଷ୍ଠ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ସେହିପରି ଭାରତ ସରକାର ତାଙ୍କୁ ୨୦୦୧ରେ ପଦ୍ମଶ୍ରୀ ଓ ୨୦୧୧ରେ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରିଛନ୍ତି।

   Related Posts