ଗୋଷ୍ଠୀ ସଂକ୍ରମଣ ସନ୍ଦେହ, ରାୟଗଡାର ଗୋଟିଏ ଗାଁରେ ୭୪ କୋଭିଡ୍ ସଂକ୍ରମିତ

Published By : Prameya-News7 Bureau | July 03, 2020 IST

ରାୟଗଡା ୩।୭: ରାୟଗଡା ଜିଲ୍ଲାରୁ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୪ ଜଣ ଗୋଟିଏ ଗାଁରୁ ରହିଛନ୍ତି । ଗୁଣୁପୁର ବ୍ଲକ୍ ବିଜେପୁର ଗ୍ରାମରୁ ପୂର୍ବରୁ ୧୬ ଜଣ ଚିହ୍ନଟ ହୋଇଥିଲେ ଓ ଆଜି ୭୪ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨ ଜଣଙ୍କ ମଧ୍ୟରୁ ରାୟଗଡା ସହରରୁ ଜଣେ ଓ ଗୁଣୁପୁର ସହରରୁ ଜଣେ ଅଛନ୍ତି ।

{"id":295215,"sizeSlug":"large"}

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ କେବଳ ବିଜେପୁର ଗ୍ରାମରୁ ୯୦ ଜଣ ରହିଛନ୍ତି । ପ୍ରଥମେ ଗୋଟିଏ ପରିବାରର ୩ ଜଣ ଚିହ୍ନଟ ହୋଇଥିଲେ । ସେମାନଙ୍କ ସଂସ୍ପର୍ଶରେ ଆସି ୧୩ ଜଣ ଓ ବର୍ତ୍ତମାନ ୭୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଯାହାକି ଚିନ୍ତା ବଢାଇଛି । କାରଣ ଏହା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।

{"id":295216,"sizeSlug":"large"}

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣଙ୍କୁ ଜେକେପୁର ସ୍ଥିତ କୋଭିଡ୍ ମେଡିକାଲ ଏବଂ ୫୬ ଜଣଙ୍କୁ ଗୁଣୁପୁର ସ୍ଥିତ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ତେବେ ଏଥିପାଇଁ ଭୟଭୀତ ନ ହୋଇ ମୁକାବିଲା କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.