ସ୍ବାଧୀନତା ଦିବସରେ ଜମ୍ମୁ-କାଶ୍ମୀରର ଚିତ୍ର କେମିତି ଥିଲା ଜାଣନ୍ତୁ… ଲଦ୍ଦାଖ୍ ସାଂସଦ ନାମଗ୍ୟାଲଙ୍କ ନୃତ୍ୟ ଏବେ ହେଉଛି ଭାଇରାଲ୍

Published By : Prameya-News7 Bureau | August 15, 2019 IST

ଶ୍ରୀନଗର ୧୫|୮: ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଧୁମ୍ଧାମ୍‌ରେ ପାଳିତ ହୋଇଛି ୭୩ ତମ ସ୍ବାଧୀନତା ଦିବସ । ଶ୍ରୀନଗର ସମେତ କାଶ୍ମୀର ଘାଟିର ସାମ୍ବା, ଅନନ୍ତନାଗ, ପୁଞ୍ଚ ସମେତ ଲଦାଖ୍‌ରେ ପାଳିତ ହୋଇଛି ସ୍ବାଧୀନତା ଦିବସ । ତେବେ ସ୍ବାଧୀନତା ଦିବସ ପାଳନ ଅବସରରେ ଲଦାଖ୍‌ ସାଂସଦ ନାମଗ୍ୟାଲଙ୍କ ନୃତ୍ୟ ପୁଣି ଚର୍ଚ୍ଚାରେ ରହିଛି ।

{"id":144613}

ଏ ନୃତ୍ୟ ହେଉଛି ସ୍ବାଧୀନତା ଦିବସ ପାଳନର । ଏ ନୃତ୍ୟ ହେଉଛି ଧାରା ୩୭୦ ହଟିବା ପରେ ଲଦାଖ୍‌ କେନ୍ଦ୍ର ସାଂସିତ ଅଞ୍ଚଳ ଘୋଷଣା ହେବା ଖୁସିର । ଲୋକସଭାରେ ନିଜ ଭାଷଣ ଦେଇ ଚର୍ଚ୍ଚାରେ ଥିବା ଲଦାଖ ସାଂସଦଙ୍କ ଏହି ନୃତ୍ୟ ଏବେ ପୁଣି ଚର୍ଚ୍ଚାରେ । ସଂସାଦ ଜାମାୟାଙ୍ଗ ସେରିଙ୍ଗ ନାମଗ୍ୟାଲ ଲଦାଖ୍‌ରେ ସ୍ବାଧୀନତା ଦିବସ ଉତ୍ସବ ଧୁମ୍‌ଧାମ୍‌ରେ ପାଳନ ଅବସରରେ ଏଭଳି ନୃତ୍ୟ କରିଛନ୍ତି ।

{"id":144612}

କାର୍ଯ୍ୟକ୍ରମରେ ଲଦାଖ୍‌ର ହଜାର ହଜାର ଜନତା ଏକାଠି ହୋଇଥିଲେ । ଜନ ଗହଳିପୂର୍ଣ୍ଣ ରାସ୍ତାରେ ଚାଲି ଚାଲି ଯିବା ବେଳେ ନାମଗ୍ୟାଲ୍ ଜାତୀୟ ପତାକା ହଲାଇବା ସହ ନୃତ୍ୟ ପରିବେଶଣ କରୁଥିଲେ । ଦେଖଣାହାରି ଓ ସମର୍ଥକମାନେ ହର୍ଷଧ୍ବନି ଦେବା ସହ  ନାମଗ୍ୟାଲଙ୍କ ସହ ଫଟୋ ଉଠାଇଥିଲେ । ଏହି ସମୟରେ ସାଂସଦ ବେଶ ଖୁସି ଥିବା ଦେଖିବାକୁ ମିଳିଛି ।

{"id":144614}

ସେହିପରି  ଜାମ୍ମୁକାଶ୍ମୀରର ବିଭିନ୍ନ ଅଞ୍ଚଳରେ ଶାନ୍ତି ସୃଙ୍ଖଳା ସହ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ୭୩ ତମ ସ୍ବାଧୀନତା ଦିବସ ।ଶ୍ରୀନଗର ଶେର-ଏ-କାଶ୍ମୀର ଷ୍ଟାଡିୟମରେ ଜାମ୍ମୁକାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଥିଲେ । ବିଭିନ୍ନ ଟ୍ରୁପ୍ ପକ୍ଷରୁ ଆକର୍ଷଣୀୟ ପରେଡ୍‌ ସହ ସ୍ବତନ୍ତ୍ର ଉତ୍ସବ ପାଳନ ହୋଇଥିଲା । ପାରମ୍ପରିକ ନୃତ୍ୟ ଗୀତରେ ଝୁମିଥିଲା ଶ୍ରୀନଗର ।

{"id":144615}

ଜାମ୍ମୁ କାଶ୍ମୀରର ସାମ୍ବା ସ୍ଥିତ ସୁଚେତ ସିଂହ ଷ୍ଟାଡିୟମରେ ୭୩ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଡେପୁଟି କମିଶନର ରୋହିତ ଖଜୁରିଆ ଉପସ୍ଥିତ ରହି ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସେହିପରି ଅନନ୍ତନାଗ ଓ ପୁଞ୍ଚରେ ବି ଆନନ୍ଦ ଉତ୍ସବରେ ସ୍ବାଧୀନତା ଦିବସ ପାଳନ କରାଯିବା ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

wp:core-embed/twitter {"url":"https://twitter.com/MPLadakh/status/1160630796350136320","type":"rich","providerNameSlug":"twitter","className":""}
https://twitter.com/MPLadakh/status/1160630796350136320
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.