Thursday, June 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଥମ ପର୍ଯ୍ୟାୟ ମତଦାନ ହାର ୭୩.୭୬%, ବ୍ରହ୍ମପୁରରେ ସର୍ବନିମ୍ନ ୫୬.୫୭%, ଦୁଇଟି ବୁଥରେ ହୋଇପାରେ ସାନିମତଦାନ

ଭୁବନେଶ୍ବର୧୨|୪; ଗତକାଲି ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ମତଦାନ ହାର ୭୩.୭୬ ହୋଇଥିଲା ବୋଲି ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପୁଲିଂ ଷ୍ଟୋସନରୁ ସବୁ ପୁଲିଂ ପାର୍ଟି ଫେରିଆସିଥିବା ବେଳେ ମାଲକାନଗିରି ଏବଂ ବ୍ରହ୍ମପୁରର ଦୁଇଟି ବୁଥରେ ପୁନଃମତଦାନ ପାଇଁ ଆବେଦନ ହୋଇଥିବା ମଧ୍ୟ ସୂଚନା ଦେଇଛନ୍ତି । ପୁରୁଷ ଭୋଟ ହାର ତୁଳନାରେ ମହିଳା ଭୋଟ ହାର ଅଧିକ ହୋଇଥିଲା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ,  ପୁରୁଷ ଭୋଟ ହାର ୭୩.୦୯ ହୋଇଥିବାବେଳେ ମହିଳା ଭୋଟହାର୭୪.୦୪ ହୋଇଛି ।

ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳିରେ ସବୁଠାରୁ କମ ମତଦାନ ହୋଇଛି । ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳିରେ ମତଦାନ ହାର ୫୬.୫୭ ହୋଇଥିଲା । ଅପରପକ୍ଷରେ ନରବରଙ୍ଗପୁରରେ ସର୍ବାଧିକ ୭୮. ୮୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । କୋରାପୁଟରେ ୭୪.୭୭ ପ୍ରତିଶତ, କୋଟପାଡରେ ୮୬.୮୩ ପ୍ରତିଶତ ମତଦାନ ହୋଇଛି । କଳାହାଣ୍ଡିରେ ୭୫.୮୨ ପ୍ରତିଶତ ମତଦାନ ହୋଇଥିବାବେଳେ ୨ଟି ବୁଥରେ ସାନି ମତଦାନ ହୋଇପାରେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ୨୮ ବିଧାନସଭା ଆସନରେ ମତଗ୍ରହଣ ହୋଇଥିଲା । ୪ଟି ଲୋକସଭା ହେଲା ବ୍ରପହ୍ମପୁର, ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡି । ଏହି ଚାରିଟି ଲୋକସଭା ପାଇଁ ମଇଦାନରେ ଥିଲେ ୨୬ଜଣ ପ୍ରାର୍ଥୀ । ସେହିଭଳି ୨୮ ବିଧାନସଭା ଆସନ ପାଇଁ ୧୯୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରିଥିଲେ । ୬୦ଲକ୍ଷରୁ ଅଧିକ ମତଦାତାଙ୍କ ମଧ୍ୟରୁ ଗତକାଲି ୭୩.୭୬ ପ୍ରତିଶତ ମତାଧିକାର ସାବ୍ୟସ୍ତ କରିଥିଲେ ।

ଗତକାଲି ମତଦାନବେଳେ ବିଭିନ୍ନ ସ୍ଥାନରେ ଅସୁବିଧା ଦେଖିବାକୁ ମିଳିଥିଲା । ବହୁ ସସ୍ଥାନରେ ଇଭିଏମରେ ତ୍ରୁଟି ଦେଖା ଦେଇଥିବାବେଳେ କିଛି ସ୍ଥାନରେ ବୁଥ ରିଗିଂର ଅଭିଯୋଗ ହୋଇଥିଲା । ଏହା ବ୍ୟତୀତ ୧୫ଟି ବୁଥରେ ଶୂନ୍ୟ ପ୍ରତିଶତ ମତ ଦାନ ହୋଇଥିଲା । ମୁଖ୍ୟତଃ ମାଓ ପ୍ରଭାବିତ ମାଲକାନଗିରି ଜିଲ୍ଲାର ବିଛିନ୍ନାଂଚଳରେ ଏହି ଘଟଣା ଘଟିଥିବାବେଳେ କେତେକ ସ୍ଥାନରେ ମୌଳିକ ସୁବିଧା ଅଭାବ କାରଣରୁ ଭୋଟ ବର୍ଜନ ହୋଇଥିଲା ।  

205 Views

   ସମ୍ବନ୍ଧିତ ଖବର