Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮

25/11/2020 at 8:08 PM

ଭୁବନେଶ୍ଵର ୨୫।୧୧: ରାଜ୍ୟରେ କରୋନା ସଂକ୍ରମର ପ୍ରଭାବ କମିବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ଭିତରେ ଟିକିଏ ଆଶ୍ଵସ୍ତିର ମାହୋଲ ଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ଆସୁନାହିଁ। ତେଣୁ  ଲୋକଙ୍କ ମଧ୍ୟରେ କରୋନା ଭୟ ଦୂର ହେଉନାହିଁ। ସଂପ୍ରତି ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଥିଲେ ମଧ୍ୟ ଆଜି ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜି ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ସୁସ୍ଥ ସଂଖ୍ୟାଠୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୨୮ ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୦୮,୧୦୨ରେ ପହଞ୍ଚିଛି।  ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ବୁଧବାର ଏହାର ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୩ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ୭୩,  ସୁନ୍ଦରଗଡରୁ ୬୭, ନୂଆପଡାରୁ ୪୪, କଟକରୁ ୪୨, ବାଲେଶ୍ଵରରୁ ୩୭, ବଲାଙ୍ଗୀରରୁ ୩୨, ଜଗତସିଂହପୁରରୁ ୩୦, କେନ୍ଦ୍ରାପଡାରୁ ୩୦, ସମ୍ବଲପୁରରୁ ୨୮, କେନ୍ଦୁଝରରୁ ୨୫, ଅନୁଗୁଳରୁ ୨୪, ବରଗଡରୁ ୨୧ ଜଣ କରୋନା ମୁକ୍ତ ହୋଇଛନ୍ତି।

ସେହି ପରି ଝାରସୁଗୁଡାରୁ ୧୭, ଯାଜପୁରରୁ ୧୪, କଳାହାଣ୍ଡିରୁ ୧୪, ଢେଙ୍କାନାଳରୁ ୧୩, ପୁରୀରୁ ୧୩, ଭଦ୍ରକରୁ ୧୧, ଦେବଗଡରୁ ୧୦, ମାଲକାନଗିରିରୁ ୧୦, ନବରଙ୍ଗପୁରରୁ ୧୦, ଗଞ୍ଜାମରୁ ୯, ନୟାଗଡରୁ ୭, ସୋନପୁରରୁ ୭, କନ୍ଧମାଳରୁ ୫, ରାୟଗଡାରୁ ୩, କୋରାପୁଟରୁ ୨ ଓ ବୌଦ୍ଧରୁ ଜଣେ ସୁସ୍ଥ ଲାଭ କରିଥିଲେ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୬୦୦୧କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନା ଆଉ ୧୬ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୬୮୭ରେ ପହଞ୍ଚିଛି।

   Related Posts