Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କିଛି ଦିନ କମିବା ପରେ ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା, ୨୪ଘଣ୍ଟାରେ ୭୨ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

7/10/2020 at 10:28 AM

ନୂଆଦିଲ୍ଲୀ ୦୭।୧୦: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଗତ କିଛି ହେଲା କମିବାର ଲାଗିଥିଲା । ତେବେ କିଛି ଦିନର ଅନ୍ତରାଳ ପରେ ପୁଣି ଥରେ ସଂକ୍ରମଣ ସଂଖ୍ୟା ବଢିଛି । ଗତକାଲି ଦେଶରେ ୬୨ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । କିନ୍ତୁ ଆଜି ଏହି ସଂଖ୍ୟାରେ ୧୦ହଜାର ପାଖାପାଖି ବୃଦ୍ଧି ପାଇଛି । ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖଖ୍ୟା ୬୭ଲକ୍ଷରେ ପହଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ତଥ୍ୟା ଅନୁସାରେ , ଗତ ୨୪ଘଣ୍ଟା ଦେଶରେ ୭୨,୦୪୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି ।  ସେହିପରି ୯୮୬ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି  । ଗତକାଲି ତୁଳନାରେ ଆଜି ଉଭୟ ମୃତ ଓ ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଗତକାଲି ୮୦୪ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା ।

ରିପୋର୍ଟ ଅନୁସାରେ,  ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୭,୫୭,୧୩୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭,୪୪,୬୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ଟିଭ୍‌ କେସ୍‌ ୯,୦୭,୮୮୩ରହିଛି । କରୋନା ଭାଇରସରେ ଦେଶରେ ୧,୦୪,୫୫୫ଜଣଙ୍କ ମୃତ୍ୟୁ ହୋଇସାରିଛି ।  ଦେଖିବାକୁ ଗଲେ ସକ୍ରିୟ ମାମଲା ଠାରୁ ସୁସ୍ଥ ହେବା ସଂଖ୍ୟା ବଢିବାର ଲାଗିଛି । ଯାହାକି ଏକ ଶୁଭ ଖବର ।

   Related Posts