Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କ୍ୟାନସଲ ଚେକରେ ମ୍ୟାଜିକ ପେନର ଜାଦୁ : ଲୋନ ଦେବା ବାହାନାରେ ପୁଣି ବ୍ୟାଙ୍କ ଖାତାରୁ ଉଡାଇ ନେଲେ ୭୨ ହଜାର ଟଙ୍କା

9/03/2020 at 3:06 PM

ଭୁବନେଶ୍ବର ୯/୩: ମ୍ୟାଜିକ୍ ପେନ୍ ଜରିଆରେ ପୁଣି ରାଜଧାନୀରେ ଠକେଇ । ଭୁବନେଶ୍ବର ଷ୍ଟାର ବିଟ୍ ସଲ୍ୟୁସନ ସଂସ୍ଥାରୁ ୭୨ ହଜାର ଟଙ୍କା ଲୁଟି ନେଇଛନ୍ତି ମ୍ୟାଜିକ ପେନ୍ ଗ୍ୟାଙ୍ଗ । କ୍ୟାନସଲଡ୍ ଚେକ୍ ଜରିଆରେ ଲୋନ୍ କରାଇ ଦେବାକୁ କହି ସେଥିରେ ବ୍ୟାଙ୍କରୁ ଟଙ୍କା ଉଠାଇ ନେଇଛନ୍ତି ଦୁର୍ବୃତ୍ତ । ଏନେଇ ତମାଣ୍ଡୋ ଥାନାରେ ଏତଲା ପରେ ପୋଲିସର ତଦନ୍ତ ଆରମ୍ଭ କରିଛି ।

ଗତ ଦୁଇ ଦିନରେ ଅନ୍ୟ ୨ଜଣଙ୍କଠାରୁ ମଧ୍ୟ ସମାନ ଢଙ୍ଗରେ ବ୍ଯାଙ୍କରୁ ଟଙ୍କା ଉଠାଇ ନିଆଯାଇଥିଲା । କେବଳ କ୍ୟାନସଲଡ୍ ଚେକ୍ ଦେବେ ଆଉ ମିଳିଯିବ ମୋଟା ଅଙ୍କର ଋଣ । ରାଜଧାନୀରେ ଏମିତି ଲୋଭ ଦେଖାଇ ଲୋକଙ୍କ ଆକାଉଣ୍ଟ୍ ଖାଲି କରିଦେଉଛନ୍ତି ଲୁଟେରା । ନିଜକୁ ପ୍ରତିଷ୍ଠିତ ବ୍ୟାଙ୍କ କର୍ମଚାରୀ କହି ଲୋକଙ୍କ ପାଖକୁ ଫୋନ୍ କରୁଛନ୍ତି । ଆଉ ଡକ୍ୟୁମେଣ୍ଟସ୍ ଭେରିଫିକେସନ ପାଇଁ ଆସୁଛନ୍ତି । ଋଣ ପାଇଁ ଆଗ୍ରହୀ ଲୋକଙ୍କ ଠାରୁ କ୍ୟାନସଲଡ୍ ଚେକ୍ ସାଇନ୍ କରାଇ ନେଉଛନ୍ତି ।

ଚେକ୍ ରେ ମ୍ୟାଜିକ୍ ପେନ୍ ରେ ଲେଖାଥିବା କ୍ୟାନସଲଡ୍ ଲେଖାକୁ ସହଜରେ ଲିଭାଇ ସେଥିରେ ମନଇଚ୍ଛା ଆମାଉଣ୍ଟ ଭରି ଆପଣଙ୍କ ଆକାଉଣ୍ଟରୁ ଆରାମରେ ଟଙ୍କା ଉଠାଇ ନେଉଛନ୍ତି ଲୁଟେରା । ଗତ ୬ ତାରିଖ ରେ ଲୋନ ଦେବାକୁ କହି ବାପୁଜୀ ନଗର ଠାରେ ଥିବା ଏକ ସୋରୁମ ମ୍ୟାନେଜର ସାମର୍ଥ ସାହୁଙ୍କ ଆକାଉଣ୍ଟ୍ କୁ ଖାଲି କରିଦେଇଥିଲେ ଲୁଟେରା। ଏହାପରେ  ହଂସପାଳର ବ୍ୟବସାୟୀ କୃଷ୍ଣ ପାଢୀ ମଧ୍ୟ ଲୁଟେରାଙ୍କ ସିକାର ହୋଇତିଲେ । ଆଉ ଆଜି ପୁଣି ଥରେ ରାଜଧାନୀର ଆଉ ଜଣେ ଏହାର ଶିକାର ହୋଇଛନ୍ତି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଏହାର ତଦନ୍ତ କରୁଛି । ଖୁବ ଶୀଘ୍ର ଏହି ଲୁଟେରା ଗ୍ୟାଙ୍ଗକୁ କାବୁ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ।

   Related Posts