ଟିକା କେନ୍ଦ୍ରରେ ଚରମ ଅବହେଳା : ୭୨ ବର୍ଷୀୟ ବୃଦ୍ଧଙ୍କୁ ଦିଆଗଲା ଦୁଇଟି ଅଲଗା ଭ୍ୟାକସିନ୍

Published By : Prameya-News7 Bureau | May 14, 2021 IST

ମହାରାଷ୍ଟ୍ର ୧୪/୫: କରୋନାକୁ ରକ୍ଷା ପାଇବାର ଏକମାତ୍ର ଅସ୍ତ୍ର ପାଲଟିଛି ଟିକାକରଣ । ଟିକା ଦ୍ୱାରା କରୋନାକୁ ହରାଇ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ପରାମର୍ଶ ଦେଉଛନ୍ତି । ହେଲେ ଏବେ ଟିଟାକରଣ ନେଇ ନୂଆ ନୂଆ ବିବାଦ ଦେଖାଦେଉଛି । ମହାରାଷ୍ଟ୍ର ଜଣେ ଅଧିକାରୀଙ୍କ ଚରମ ଅବହେଳା ସାମ୍ନାକୁ ଆସିଛି । ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧଙ୍କୁ ଦୁଇଟି ଭିନ୍ନ ଟିକାର ଡୋଜ୍ ଦିଆଯାଇଛି ।

ମହାରାଷ୍ଟ୍ରର ଜଲନା ଜିଲ୍ଲାର ଗୋଟିଏ ଗାଁର ଦତ୍ତାତ୍ରେୟ ୱାଗମେରଙ୍କ ଏପରି ହେବାର ନଜର ଆସିଛି । ମାର୍ଚ୍ଚ ୨୨ରେ ମୁମ୍ବାଇ ଠାରୁ ୪୨୦ କିଲୋମିଟର ଦୂରରେ ଥିବା ଜଲନାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଭରତ ବାୟୋଟେକ୍ କୋଭାକ୍ସିନ୍‌ ଟିକା ନେଇଥିଲେ । ତେବେ ଏପ୍ରିଲ ୩୦ରେ ତାଙ୍କର ୨ୟ ଡୋଜର ନେବାର ଅବଧି ହୋଇଥିଲା । ଆଉ ସେ ଟିକା ନେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ବି ଆସିଥିଲେ । ଟିକା ବି ଦିଆଗଲା କିନ୍ତୁ ୨ୟ ଡୋଜରେ କୋଭାକ୍ସିନ ନୁହେଁ ଦିଆଯାଇଛି କୋଭିସିଲ୍ଡି । ଯାହାକି ଚରମ ଅବହେଳା ବୋଲି ଚର୍ଚ୍ଚା ହେଉଛି ।

wp:gallery {"ids":[452334],"linkTo":"none"} /wp:gallery

ସେପଟେ ଟିକା ନେବା ପରେ ଦତ୍ତାତ୍ରେୟ ୱାଗମେରଙ୍କ ସ୍ୱାସ୍ଥ୍ୟବସ୍ଥା ଟିକିଏ ଭଲ ନାହିଁ । ସାମାନ୍ୟ ଜ୍ୱର, ଶରୀରରେ ଯନ୍ତ୍ରଣା ଏବଂ ସ୍ନାୟୁ ଜନିତ ରୋଗ ଆରମ୍ଭ ହୋଇଥିଲା । ପରୀକ୍ଷା ପାଇଁ ତାଙ୍କୁ ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ କିଛି ଔଷଧ ଦେଇଥିଲେ । ୱାଗମେରଙ୍କ ପୁଅ ଦିଗମ୍ବର କହିଛନ୍ତି ଯେ ଟିକାକରଣ ପ୍ରମାଣପତ୍ର ଦେଖିବା ପରେ ଜାଣିବାକୁ ପାଇଥିଲେ ଯେ ୱାଗମେରଙ୍କୁ ଦୁଇଟି ଭିନ୍ନ ଟିକା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.