Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

୭୨ ବର୍ଷ ବୟସ୍କ ଦାଏର କଲେ ୟାଚିକା: ଆର୍ଯ୍ୟନ ଖାନଙ୍କୁ ଜାମିନ ନ ଦେବାକୁ କଲେ ଦାବି

14/10/2021 at 3:32 PM

ମୁମ୍ବାଇ ୧୪/୧୦ : କ୍ରୁଜ ଡ୍ରଗ୍ସ ମାମଲାରେ ଜେଲରେ ଥିବା ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହେବ। ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଜାରି ରହିଛି। ମଙ୍ଗଳବାର ଦିନ ଶୁଣାଣି ଦେଲେ ଏନସିବି ପକ୍ଷ ରଖୁଥିବା ASG ଦାବି କରିଛି ଆର୍ଯ୍ୟନ ବହୁତ ଦିନରୁ ଡ୍ରଗ୍ସ ସେବନ କରୁଛନ୍ତି। ତେବେ ଆର୍ଯ୍ୟନଙ୍କ ଓକିଲ ସବୁ ଅଭିଯୋଗ ଖାରଜ କରିଦେଇଛନ୍ତି। ତେବେ ଆର୍ଯ୍ୟନଙ୍କୁ ଜାମିନ ମିଳିବ ନା ନାହିଁ ତାହା ଦେଖିବା ବାକି ରହିଲା।

ଇତି ମଧ୍ୟରେ ଆର୍ଯ୍ୟନ ଖାନଙ୍କ ଜାମିନ ବିରୋଧରେ ଏକ ସାମାଜିକ କାର୍ଯ୍ୟକର୍ତ୍ତା ଆବେଦନ ଦାଏର କରିଛନ୍ତି। ତେବେ କୋର୍ଟ ଏହି ଆବେଦନ ଖାରଜ କରିଦେଇଛନ୍ତି। ଆବେଦନକାରୀ ଏହା କହି ଆବେଦନ ଦାଏର କରିଥିଲେ ଯେ ଆର୍ଯ୍ୟନ ଷ୍ଟାର କିଡ଼ ଏବଂ ସେଥିପାଇଁ ତାଙ୍କ ଜାମିନ ଆବେଦନକୁ ବହୁତ ଗୁରୁତ୍ତ୍ଵ ଦିଆଯାଉଛି। ଆର୍ଯ୍ୟନଙ୍କ ବିରୋଧରେ ଯେଉଁ ଅଭିଯୋଗ ହୋଇଛି ତାହା ସମାଜ ଉପରେ ଭୁଲ ପ୍ରଭାବ ପକାଉଛି।

ଆର୍ଯ୍ୟନ ଖାନଙ୍କ ଓକିଲ ଅମିତ ଦେଶାଇ ଏହି ୟାଚିକାକୁ ବିରୋଧ କରିଛନ୍ତି। ଦେଶାଇ ଏହାକୁ ରାଜନୈତିକ ଷ୍ଟଣ୍ଟ ବୋଲି କହିଛନ୍ତି। ଅମିତ ଦେଶାଇ କୋର୍ଟରେ କହିଛନ୍ତି ଯେ ଆବେଦନକାରୀଙ୍କ ଏହି ମାମଲା ସହ କିଛି ସମ୍ବନ୍ଧ ନାହିଁ, ସେ ତୃତୀୟ ବ୍ୟକ୍ତି। ଯଦି ସାମାଜିକ କାର୍ଯ୍ୟକର୍ତ୍ତା ତାହେଲେ କୋର୍ଟକୁ କୁହନ୍ତୁ ଯେ ଆଗରୁ କେତେଥର ଏହିଭଳି ମାମଲାରେ ଏହିଭଳି ଆବେଦନ କରିଥିଲେ। ଏହା କେବଳ ପବ୍ଲିସିଟି ଷ୍ଟଣ୍ଟ।

   Related Posts